କୋଲ୍ଲମ୍ : କେରଳର କୋଲ୍ଲମ୍ ଜିଳ୍ଲାର ଚଭରାରେ ଏକ ଫୁଟ୍ ଓଭର୍ ପୋଲ ଭୁଶୁଡ଼ି ପଡ଼ିବାଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଭୁଶୁଡ଼ି ପଡ଼ିଥିବା ଏହି ପୋଲଟି ରାଜ୍ୟ ପରିଚାଳିତ କେରଳ ମିନେରାଲ୍ସ ଆଣ୍ଡ ମେଟାଲ୍ସ ଲିମିଟେଡ୍ (କେଏମଏମଏଲ) କମ୍ପ୍ଲେକ୍ସରେ ଅବସ୍ଥିତ ଏବଂ ପୋଲଟି କମ୍ପାନୀ କମ୍ପ୍ଲେକ୍ସକୁ ଏହାର ନିକଟବର୍ତ୍ତୀ ମିନେରାଲ ସେପାରେସନ (ଏମଏସ)ୟୁନିଟ୍ ସହ ସଂଯୋଗ କରୁଥିଲା। ତେବେ ବହୁ ପୁରୁଣା ଏହି ଲୁହା ପୋଲରେ ଏକ ସଙ୍ଗରେ ୫୦ରୁ ଊର୍ଦ୍ଧ୍ୱ ଯାଉଥିବା ସମୟରେ ପୋଲଟି ଭୁଶୁଡ଼ି କେନାଲ ମଧ୍ୟକୁ ଖସି ପଡ଼ିବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଉକ୍ତ ୩ ଜଣଯାଗ କେଏମଏମଏଲର କର୍ମଚାରୀ। ମୃତମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ଶ୍ୟାମାଳା ଦେବୀ ଆଞ୍ଜେଲ୍ ଓରଫ ରାଚେଲ ଏବଂ ଆନ୍ନାମ୍ମା। ଶ୍ୟାମାଲାଙ୍କର ହସ୍ପିଟାଲ୍ରେ ମୃତ୍ୟୁ ହୋଇଥିବାବେଳେ ଆଞ୍ଜେଲ ଏବଂ ଆନ୍ନାମାଙ୍କୁ ପରେ ମୃତ ଅବସ୍ଥାରେ କେନାଲରୁ ଉଦ୍ଧାର କରାଯାଇଥିଲା। ତେବେ ଅନ୍ୟ ସମସ୍ତ ଆହତମାନେ ନିକଟସ୍ଥ ସରକାରୀ ଚିକିତ୍ସାଳୟରେ ଚିକିତ୍ସାଧିନ ଅଛନ୍ତି।
କେରଳରେ ପୋଲ ଭୁଶୁଡ଼ି ୩ ମୃତ, ୪୦ ଆହତ
/sambad/media/post_attachments/wp-content/uploads/2017/10/bridgecollapsed-in-keral.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)