ପଶ୍ଚିମବଙ୍ଗରେ ଭୁଶୁଡ଼ିଲା ଆଉ ଏକ ପୋଲ,୧ ମାସ ମଧ୍ୟରେ ତୃତୀୟ ଘଟଣା

କାଲକାତା: ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ କାକଦ୍ୱୀପଠାରେ ଆଜି ସକାଳେ ଏକ ପୋଲ ଭୁଶୁଡ଼ି ପଡ଼ିଛି। ଏହି ପୋଲ ଭୁଶୁଡ଼ି ପଡ଼ିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିିବାର ସୂଚନା ମିଳି ନାହିଁ। ଗତ ୧ ମାସ ମଧ୍ୟରେ ପଶ୍ଚିମ ବଙ୍ଗରେ ପୋଲି ଭୁଶୁଡ଼ିବା ନେଇ ଏହା ହେଉଛି ତୃତୀୟ ଘଟଣା।
ପଶ୍ଚିମବଙ୍ଗ ସୁନ୍ଦରବନ ପୁଲିସ ଅଧିକ୍ଷକ ତଥାଗତ ବସୁ କହିଛନ୍ତି ଯେ ପୋଲ ଭୁଶୁଡ଼ିବା ସୂଚନା ମିଳିବା ପରେ ବହୁ ସଂଖ୍ୟକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ସେଠାରେ ପହଞ୍ଚିିବା ପରେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ନେଇ ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୪ ତାରିଖ ଦିନ କୋଲକାତାର ମଜେରହାଟ ଠାରେ ଗୋଟିଏ ପୋଲ ଭୁଶୁଡ଼ି ୩ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ ଜଣ ଆହତ ହୋଇଥିଲେ। ସେହିପରି ସେପ୍ଟେମ୍ବର ୭ ତାରିଖ ଦିନ ସିଲିଗୁଡ଼ିଠାରେ ଏକ ପେଲି ଭୁୁଶୁଡ଼ି ପଡ଼ିଥିବା ବେଳେ ଆଜି ସକାଳେ ଆଉ ଗୋଟିଏ ପୋଲ ଭୁଶୁଡ଼ି ପଡ଼ିଛି।
ସୁନ୍ଦରବନ ବ୍ୟାପାର ମନ୍ତ୍ରୀ ମଣ୍ଟୁରାମ ପଖିରା କହିଛନ୍ତି ଯେ ଘଟଣାର ତଦନ୍ତ ହେବ। କୌଣସି ପରିସ୍ଥିତିରେ ଦୋଷୀଙ୍କୁ ଛଡ଼ା ଯିବ ନାହିଁ।

ସମ୍ବନ୍ଧିତ ଖବର