ମୁମ୍ବାଇ: ଅନ୍ଧେରୀ ଷ୍ଟେସନ ନିକଟରେ ଓଭରବ୍ରିଜ୍‌ର ସ୍ଲାବ ଖସି ରେଳ ଚଳାଚଳ ବାଧାପ୍ରାପ୍ତ

ମୁମ୍ବାଇ: ମୁମ୍ବାଇ ଅନ୍ଧେରି ଇଷ୍ଟ ଓ ଅନ୍ଧେରୀ େଓ୍ଵଷ୍ଟକୁ ସଂଯୋଗ କରୁଥିବା ଗୋଖେଲ ବ୍ରିଜ୍‌ର କିଛି ଅଂଶ ଭୁଶୁଡ଼ି ପଡ଼ିଛି। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏହି ଦୁର୍ଘଟଣା ଘଟିିଛି ।ତେବେ ସକାଳୁ ସକାଳୁ ଏହି ଦୁର୍ଘଟଣା ଘଟିଥିବା ଯୋଗୁଁ ସେତେବେଳେ ବ୍ରିଜ୍‌ ଉପରେ ଲୋକଙ୍କ ଚଳାଚଳ କମ୍‌ ଥିଲା। ଫଳରେ ଧନଜୀବନ ଉପରେ ଏହା ବିଶେଷ ପ୍ରଭାବ ପକାଇ ନାହିଁ ଓ ଏକ ବଡ଼ ଧରଣର ଦୁର୍ଘଟଣାରୁ ଲୋକେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏହି ଦୁର୍ଘଟଣାରେ ମାତ୍ର ୨ ଜଣ ଆହତ ହୋଇଛନ୍ତି। ଏହି ବ୍ରିଜ ଭୁଶୁଡ଼ି ପଡ଼ି ରେଳବାଇ ଟ୍ରାକ୍‌ରେ ପଡ଼ିଥିବାରୁ ମୁମ୍ବାଇ ଅର୍ବାନ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ୪ଟି ଦମକଳବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।


ମିଳିଥିବା ସୂଚନା ଅନୁଯାୟୀ, ଅନ୍ଧେରୀ ଷ୍ଟେସନ ନିକଟରେ ଥିବା ରୋଡ୍‌ ଓଭର ବ୍ରିଜ୍‌ର ଫୁଟ୍‌ପାଥ ସହିତ କିଛି ଅଂଶ ଆଜି ସକାଳେ ହଠାତ ଭୁଶୁଡ଼ି ପଡ଼ିଥିଲା। ବ୍ରିଜ୍‌ର ଦକ୍ଷିଣ ଦିଗରେ ଥିବା ଭିଲେ ପର୍ଲି ଆଡକୁ ଏହିବ୍ରିଜ୍ଣ କିଛି ଅଂଶ ଭୁଶୁଡ଼ି ପଡ଼ି ତଳେ ଥିବା ରେଲବାଇ ଟ୍ରାକ୍‌ରେ ପଡ଼ିଛି। ଫଳରେ ଟ୍ରାକର ଓଭର ହେଡ ଇକ୍ୟୁପମେଣ୍ଟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛିି। ତେଣୁ ରେଳଚଳାଚଳ ବାଧାପ୍ରାପ୍ତ ହୋଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।ଏପରକି କେତେକ ଲାଇନ୍‌ରେ ଟ୍ରେନ୍‌ ଚଳାଚଳକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିିବା ରେଳବାଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର