ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇ ଏଭଳି ଟୁଇଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମୁମ୍ବାଇ: ଆଜି ଦୁନିଆରୁ ବିଦାୟ ନେଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ | ବୟସ ମାତ୍ର ୩୪ ହୋଇଥିଲେ ମଧ୍ୟ ସେ ଆଜି ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ତେବେ କାହିଁକି ସେ ଏଭଳି କଲେ ସେ ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଘୁରି ବୁଲୁଥିବା ବେଳେ ବଲିଉଡର ଅନେକ କଳାକାରଙ୍କଠାରୁ ଆରମ୍ଭ କରି ଅନେକ ରାଜନେତା ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି | ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଥିବା ଦେଖାଯାଇଛି |

ସୁଶାନ୍ତ ସିଂ ରାଜପୁତ … ଜଣେ ଉଜ୍ଜ୍ୱଳ ଯୁବ ଅଭିନେତା ଖୁବ୍ ଶୀଘ୍ର ଚାଲିଗଲେ | ଟିଭି ଏବଂ ଚଳଚ୍ଚିତ୍ର ଜଗତରେରେ ତାଙ୍କ ଅଭିନୟ ଉତ୍କୃଷ୍ଟ ଥିଲା | ମନୋରଞ୍ଜନ ଦୁନିଆରେ ତାଙ୍କର ସଫଳତା ଅନେକଙ୍କୁ ପ୍ରେରଣା ଦେଇଛି ଏବଂ ମୃତ୍ୟୁ ପରେ ସେ ଅନେକ ସ୍ମରଣୀୟ ପ୍ରଦର୍ଶନ ଛାଡିଯାଇଛନ୍ତି | ହଠାତ ତାଙ୍କର ପରଲୋକ ହେବା ମୋତେ ଆଶ୍ଚର୍ଯ୍ୟ କରିଛି | ମୁଁ ଅବେଗିକ ଭାବେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ଅଛି | ଓମ୍ ଶାନ୍ତି ବୋଲି ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ |

ତେବେ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ବଲିଉଡ ଅଭିନେତା ଅକ୍ଷୟ କୁମାର, ଅଜୟ ଦେବଗନ, ସଂଜୟ ଦତ୍ତ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି | ସ୍ମୃତି ଇରାନୀଙ୍କ ସମେତ ଅନେକ ରାଜନେତା ମଧ୍ୟ ଟୁଇଟ କରି ଶୋକ ପ୍ରକାଶ କରିଛନ୍ତି |

ସମ୍ବନ୍ଧିତ ଖବର