ୟୁପି କଂଗ୍ରେସର ନୂଆ ସଭାପତି ହେଲେ ବ୍ରିଜଲାଲ ଖାବ୍ରି

ନୂଆଦିଲ୍ଲୀ: ଗୋଟିଏ ପଟେ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ କରିବାକୁ ଯାଉଥିବା ବେଳେ ଅନ୍ୟପଟେ ୟୁପିରେ ସଂଗଠନକୁ ମଜବୁତ କରିବା ପାଇଁ କଂଗ୍ରେସ ଏକ ବଡ ପଦକ୍ଷେପ ନେଇଛି। ଶନିବାର ଦିନ ଦଳ ୟୁପି କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରିଛି। ଦଳ ରାଜ୍ୟ କଂଗ୍ରେସର ଦାୟିତ୍ବ ଦେଇ ବ୍ରିଜଲାଲ ଖାବ୍ରିଙ୍କୁ ସଭାପତି କରିଛି। କଂଗ୍ରେସର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ଶନିବାର ଏକ ନୋଟିସ ଜାରି କରି ଦଳର ନୂତନ ସଭାପତିଙ୍କ ନାମ ଘୋଷଣା କରିଛନ୍ତି। ତୁରନ୍ତ ପ୍ରଭାବରେ କଂଗ୍ରେସ ଅଧ୍ୟକ୍ଷଙ୍କ ଦ୍ବାରା ଉତ୍ତରପ୍ରଦେଶ କଂଗ୍ରେସ କମିଟିର ସଭାପତି ତଥା ପ୍ରାଦେଶିକ ସଭାପତି ନିଯୁକ୍ତ ହୋଇଛନ୍ତି ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ବ୍ରିଜଲାଲ ଖାବ୍ରିଙ୍କୁ ରାଜ୍ୟ ସଭାପତି ଦାୟିତ୍ବ ଦିଆଯାଇଥିବା ଜଣାପଡ଼ିଛି।

sj9ktijg
ndtv

ସଭାପତିଙ୍କ ବ୍ୟତୀତ ଦଳ ରାଜ୍ୟରେ ୬ଟି ପ୍ରାଦେଶିକ ସଭାପତିଙ୍କୁ ମଧ୍ୟ ନିଯୁକ୍ତ କରିଛି। ଦଳ ନସିମୁଦ୍ଦିନ ସିଦ୍ଦିକି, ଅଜୟ ରାୟ, ବିରେନ୍ଦ୍ର ଚୌଧୁରୀ, ନକୁଲ ଦୁବେ, ଅନିଲ ଯାଦବ (ଏଟାୱା) ଏବଂ ଯୋଗେଶ ଦୀକ୍ଷିତଙ୍କୁ ପ୍ରାଦେଶିକ ସଭାପତି ଭାବରେ ଦାୟିତ୍ବ ଦେଇଛନ୍ତି। ତେବେ ପୂର୍ବରୁ କଂଗ୍ରେସ ରାଜ୍ୟରେ ରାଜ୍ୟ ସଭାପତିଙ୍କ ସହ ୬ଜଣ ପ୍ରାଦେଶିକ ସଭାପତି ନିଯୁକ୍ତ କରିବ ବୋଲି କଳ୍ପନାଜଳ୍ପନା ଲାଗିରହିଥିଲା।

 

ସମ୍ବନ୍ଧିତ ଖବର