ନୂଆଦିଲ୍ଲୀ: ଗତ ଗୁରୁବାର ପଞ୍ଜାବର ଫିରୋଜପୁରର ଭାରତ-ପାକିସ୍ତାନ ସୀମାରେ ଡିୟୁଟି କରୁଥିବା ସମୟରେ ଭୁଲବଶତଃ ଜଣେ ବିଏସଏଫ ଯବାନ ଜିରୋ ଲାଇନ ଅତିକ୍ରମ କରି ପାକିସ୍ତାନରେ ପହଞ୍ଚି ଯାଇଥିଲେ। ଏହି ଘଟଣା ପରେ ପାକିସ୍ତାନୀ ରେଞ୍ଜର୍ସମାନେ ଯବାନ ପିକେ ସିଂହଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଛନ୍ତି। ପିକେ ସିଂହ ୧୮୨ତମ ବାଟାଲିୟନର କନଷ୍ଟେବଳ ଥିବା ଜଣାପଡ଼ିଛି।

Advertisment

ଏହି ଘଟଣା ପ‌ରେ ବିଏସଏଫ ଯବାନଙ୍କ ପରିବାର ଭୋକଶୋଷ ଭୁଲି ଯାଇଛନ୍ତି। କେମିତି ତାଙ୍କ ଯବାନ ପୁଅ ସୁରକ୍ଷିତ ଭାବେ ଘରକୁ ଫେରିବ ସେଥିପାଇଁ ଭଗବାନଙ୍କ ନିକଟରେ ଦୀପଜାଳି ପ୍ରାର୍ଥନା କରି ଚାଲିଛନ୍ତି। 

ପାକିସ୍ତାନୀ ରେଞ୍ଜର୍ସଙ୍କ ହେପାଜତରେ ଥିବା ଯବାନଙ୍କ ବାପା କହିଛନ୍ତି, ‘ମୁଁ କେବଳ ଏତିକି ଜାଣିବାକୁ ଚାହୁଁଛି କି ମୋର ପୁଅ କେଉଁଠି ଓ କେମିତି ଅଛି। ସେ ଠିକ ଅଛି କି ନାହିଁ?

ଏହି କ୍ରମରେ ଯବାନଙ୍କ ସ୍ତ୍ରୀ କହିଛନ୍ତି, ‘କିଛି ବି ହୋଇଯାଉ। ଯାହା କରିବାକୁ ହେବ କରାଯାଉ କିନ୍ତୁ ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଅଣାଯାଉ। #

ରିପୋର୍ଟ ଅନୁଯାୟୀ,ପାକିସ୍ତାନୀ ରେଞ୍ଜର୍ସମାନେ ଉଠାଇ ନେଇଥିବା ବିଏସଏଫ ଯବାନ ପି‌କେ ସିଂହ ଫସଲ ଅମଳ କରୁଥିବା ଚାଷୀମାନଙ୍କ ଉପରେ ନଜର ରଖିବାର ଡିୟୁଟି କରୁଥିଲେ। ଏହି ସମୟରେ ସେ ଭୁଲବଶତଃ ପାକ ସୀମା ଅତିକ୍ରମ କରିବାରୁ ରେଞ୍ଜର୍ସମାନେ ତାଙ୍କୁ ଘଟଣାସ୍ଥଳରୁ ଉଠାଇ ହେପାଜତକୁ ନେଇଯାଇଛନ୍ତି। ଫ୍ଲାଗ ମିଟିଂ ଜାରି ରହିଛି।