୨୬/୧୧ ମୁମ୍ବାଇ ଓ ପଠାନକୋଟ୍‌ ଆତଙ୍କବାଦୀ ଆକ୍ରମଣର ଅପକର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ପାକିସ୍ତାନକୁ କହିଲା ଭାରତ

ନୂଆଦିଲ୍ଲୀ: ଆତଙ୍କବାଦୀ ନେଟ୍‌ୱାର୍କ ବି‌ରୋଧରେ ବିଶ୍ବାସଯୋଗ୍ୟ, ସମୁଚ୍ଚିତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବା ସହ ୨୬/୧୧ ମୁମ୍ବାଇ ଏବଂ ପଠାନକୋଟ୍‌ ଆତଙ୍କବାଦୀ ଆକ୍ରମଣର ଅପକର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଭାରତ ପାକିସ୍ତାନକୁ କହିଛି।

‘ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କ୍‌ ଫୋର୍ସ’ରୁ (ଏଫ୍‌ଏଟିଏଫ୍‌) କୌଣସି ରିଲିଫ୍‌ ଦେବାକୁ ଅଗ୍ରାହ୍ୟ କରାଯାଇଥିବା ପ୍ରଶ୍ନର ଉତ୍ତର ଦେବା ବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗ୍‌ଚି କହିଛନ୍ତି, ସମସ୍ତ ଦେଶ ଆତଙ୍କବାଦୀମାନଙ୍କ ସୀମାପାରି କାର୍ଯ୍ୟକଳାପ, ଆତଙ୍କବାଦୀମାନଙ୍କ ଆଶ୍ରୟସ୍ଥଳ, ଭିତ୍ତିଭୂମି ଏବଂ ଆର୍ଥିକ ଉତ୍ସର ଅବସାନ ଘଟାଇବା ସ‌େମେତ ଆତଙ୍କବାଦ ବିରୋଧରେ ବିଶ୍ବସନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।

Image Courtesy of The New Indian Express

ସେ ଆହୁରି ମଧ୍ୟ କହିଛନ୍ତି, ଆତଙ୍କବାଦୀ ନେଟ୍‌ୱାର୍କ ତା’ ନିୟନ୍ତ୍ରଣରେ ଥିବା ଅଞ୍ଚଳରୁ ଅଭିଯାନ ଚଳାଉଥିବା ସେମାନଙ୍କ ପ୍ରତିନିଧିମାନଙ୍କ ବି‌ରୋଧରେ ବିଶ୍ବାସଯୋଗ୍ୟ, ସମୁଚ୍ଚିତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବା ସହ ସହ ୨୬/୧୧ ମୁମ୍ବାଇ ଏବଂ ପଠାନକୋଟ୍‌ ଆତଙ୍କବାଦୀ ଆକ୍ରମଣର ଅପକର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଆମେ ପାକିସ୍ତାନକୁ କହିଛୁ।

ବାଗ୍‌ଚି ପୁନର୍ବାର କହିଛନ୍ତି ଯେ, ଆତଙ୍କବାଦ ଏବଂ ଆତଙ୍କବାଦକୁ ଅର୍ଥ ଯୋଗାଣ କଥାକୁ ଭାରତ କଦାପି ପ୍ରଶ୍ରୟ ଦେବନାହିଁ। ଆତଙ୍କବାଦକୁ ଆମେ ସବୁମତେ ନିନ୍ଦା କରୁ। ଏହା ବ୍ୟତିରେକ‌େ, ସେ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍ ପରିଧି ମଧ୍ୟରେ ଡ୍ରୋନ୍ ଦେଖାଦେଇଥିବା ପ୍ରସଙ୍ଗରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ, ଏ ସଂକ୍ରାନ୍ତରେ ଔପଚାରିକ ଭାବେ ପାକିସ୍ତାନ ସରକାରଙ୍କୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର