ଲଣ୍ଡନ: ବ୍ରିଟେନ୍ରେ ୬୫୦ ଆସନ ବିଶିଷ୍ଟ ସଂସଦରେ କଞ୍ଜର୍ଭେଟିଭ୍ ପାର୍ଟିକୁ ସଂଖ୍ୟାଗରିଷ୍ଠତା ମିଳିଛି। ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ୩୨୬ ଥିବା ବେଳେ କଞ୍ଜର୍ଭେଟିଭ୍ ପାର୍ଟି ୩୬୮ ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ଲେବର୍ ପାର୍ଟିକୁ ୧୯୧ ଆସନ ମିଳିଛି। କଶ୍ମୀର ମାମଲାରେ ଭାରତକୁ ବିରୋଧ କରିବା ଲେବର୍ ପାର୍ଟିକୁ ମହଙ୍ଗା ପଡ଼ିଥିବା ବେଳେ ଭାରତକୁ ସମର୍ଥନ କରି କଞ୍ଜର୍ଭେଟିଭ୍ ଦଳ ଫାଇଦାରେ ରହିଛି। ଭାରତୀୟଙ୍କ ସମର୍ଥନରେ ଦଳ ୧୦ଟି ଆସନ ଅଧିକ ହାସଲ କରିଛି ବୋଲି କଞ୍ଜର୍ଭେଟିଭ୍ ନେତାମାନେ ସ୍ବୀକାର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଭାରତ-ବ୍ରିଟେନ ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ଆହୁରି ସୁଦୃଢ଼ ହେବ ବୋଲି କହିଛନ୍ତି।ୟୁରୋପୀୟ ସଂଘରୁ ବାହାରି ଆସିବା ପାଇଁ ବ୍ରିଟେନ୍ର ନିଷ୍ପତ୍ତି ଏଣିକି ଦୃଢ଼ ଭାବେ କାର୍ଯ୍ୟକାରୀ ହେବ ଏବଂ ପ୍ରଧାନମନ୍ତ୍ରୀ ବୋରିସ୍ ନିଜ ସର୍ତ୍ତରେ ଏହାକୁ ଲାଗୁ କରିପାରିବେ ବୋଲି କୁହାଯାଉଛି। ଦେଶର ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ଖୁବ୍ଶୀଘ୍ର ସଂସଦରେ ଏ ବାବଦ ବିଲ୍ ଆଗତ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ ବୋରିସ୍ ଗଣମାଧ୍ୟମକୁ କହିଛନ୍ତି।
ବ୍ରିଟେନ୍ ନିର୍ବାଚନ: ବୋରିସ୍ଙ୍କ ବିପୁଳ ବିଜୟ
କଶ୍ମୀର ମାମଲାରେ ଭାରତକୁ ବିରୋଧ କରୁଥିବା ଲେବର୍ ପାର୍ଟିର ପରାଜୟ
/sambad/media/post_attachments/wp-content/uploads/2019/12/dtjdg7jdgjdg8j465dg4jdg564j65dg4j5dg64j65dgjdgjdgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)