ଭାରତୀୟଙ୍କ ପାଇଁ ସହଜ ହେବ ନାହିଁ ବ୍ରିଟେନରେ ପଢିବା, କାହିଁକି ଜାଣନ୍ତୁ

ଲଣ୍ଡନ : ଗୋଟିଏ ପଟେ ଆମେରିକା ନିଜ ଭିସା ନୀତିକୁ କଠୋର କରୁଥିବାବେଳେ ବ୍ରିଟେନ ଅନ୍ତର୍ଜାତୀୟ ପ୍ରଫେସନାଲମାନଙ୍କ ପାଇଁ ନିଜର ଭିସା ନୀତିକୁ କୋହଳ କରିଛି । ଗତକାଲି ବ୍ରିଟିଶ ପାର୍ଲିଆମେଣ୍ଟରେ ଆଗତ ଏକ ବିଲ୍‌ରେ ସରକାର ନିଜର କଠୋର ଭିସା ନୀତିକୁ କୋହଳ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ପ୍ରସ୍ତାବ ଅନୁସାରେ ଟିୟର-୨ ଓ ଟିୟର-୪ ଭିସା ଶ୍ରେଣୀକୁ କୋହଳ କରାଯିବ । ଟିୟର-୨ ଭିସା କୋହଳ ହେବା ଦ୍ୱାରା ବ୍ରିଟେନରେ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ଥିବା କୁଶଳୀ ପେଶାଦାରଙ୍କ ଅଭାବ ପୂରଣ ହେବ । ଆହୁରିମଧ୍ୟ ଏହା ଦ୍ୱାରା ବିଭିନ୍ନ ଦେଶରୁ ଅଧିକ ସଂଖ୍ୟକ ପେଶାଦାର ବ୍ରିଟେନ ଯାଇ କାର୍ଯ୍ୟ କରିପାରିବେ । ବିଶେଷକରି ଭାରତୀୟ ଆଇଟି ପ୍ରୋଫେସନାଲମାନେ ଏହା ଦ୍ୱାରା ଉପକୃତ ହେବାର ସମ୍ଭାବନା ରହିଛି । ଏ ସଂପର୍କରେ ଭାରତୀୟ ଶିଳ୍ପ ସଂଗଠନ ଫିକ୍କି ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଭାରତୀୟ ଆଇଟି ଉଦ୍ୟୋଗ ଲାଭରେ ରହିବ ।  ତେବେ ଦୁର୍ଭାଗ୍ୟଜନକ ବିଷୟ ଯେ ବ୍ରିଟେନ ଭାରତୀୟ ଛାତ୍ରଛାତ୍ରୀ ପାଇଁ ଏହି ଟିୟର-୪ ଭିସା କୋହଳତା ଲାଗୁ ହେବ ନାହିଁ । ଟିୟର-୪ ଭିସା ଛାତ୍ରଛାତ୍ରୀମାନଙ୍କୁ ଦିଆଯାଏ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ପ୍ରବାସୀ ଭାରତୀୟମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଗତକାଲି ଆମରିକାର କାଟୋ ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରକାଶିତ ଏକ ଅଟକଳ ଅନୁସାରେ ଭାରତୀୟମାନଙ୍କୁ ଆମେରିକାରେ ଗ୍ରୀନ କାର୍ଡ ପାଇବାକୁ ହେଲେ ପ୍ରାୟ ୧୫୦ ବର୍ଷ ଅପେକ୍ଷା କରିବାକୁ ପଡିବ । ଗ୍ରୀନ କାର୍ଡ ପାଇଲେ ବିଦେଶୀମାନେ ଆମେରିକାରେ ସ୍ଥାୟୀ ଭାବେ ରହି କାମ କରିପାରିବେ ।

ସମ୍ବନ୍ଧିତ ଖବର