ଭାରତ ଓ ଚୀନ ମଧ୍ୟରେ ଦେଖାଯାଉଥିବା ଉତ୍ତେଜନା ଚିନ୍ତାର ବିଷୟ : ବ୍ରିଟେନ

ଲଣ୍ଡନ : ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ଏକ ଗୁରୁତର ବିଷୟ । ବ୍ରିଟେନ ସ୍ଥିତି ଉପରେ ନଜର ରଖିଛି ବୋଲି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ।

ଆଜି ବ୍ରିଟିସ ପାର୍ଲିଆମେଣ୍ଟରେ ଭାରତ-ଚୀନ ବିବାଦ ସଂପର୍କରେ କଂଜରଭେଟିଭ ପାର୍ଟି ଏମପି ଫ୍ଲିକ ଡ୍ରୁମଣ୍ଡଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି । ଏହି ବିବାଦରେ ଗୋଟିଏ ପଟେ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ତଥା କମନେଓ୍ଵଲଥ ସଦସ୍ୟ ଦେଶ ଭାରତ ଥିବାବେଳେ ଅନ୍ୟପଟେ ବିଶ୍ୱର ଗଣତନ୍ତ୍ରକୁ ଚ୍ୟାଲେଞ୍ଜ କରୁଥିବା ଏକ ଦେଶ ରହିଛି । ଏହା ଦ୍ୱାରା ବ୍ରିଟେନ ଉପରେ କି ପ୍ରଭାବ ପଡ଼ିବ ବୋଲି ଏମପି ଫ୍ଲିକ ପ୍ରଶ୍ନ କରିଥିଲେ ।
ଏହାର ଜବାବରେ ଜନସନ କହିଥିଲେ ଯେ ଦୁଇଦେଶ ମଧ୍ୟରେ ବିବାଦ ଏକ ଚିନ୍ତାର ବିଷୟ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରାଯିବା ଉଚିତ ।

ସୂଚନାଯୋଗ୍ୟ ଯେ ଗତ ଜୁନ ୧୫ ତାରିଖ ରାତିରେ ଗଲଓ୍ଵାନ ଘାଟିରେ ଭାରତ ଓ ଚୀନ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷ ଯୋଗୁଁ ଭାରତର ୨୦ ସୈନ୍ୟ ସହିଦ ହୋଇଥିଲେ । ତେବେ ନିଜର ସୈନ୍ୟ ନିହତ ହୋଇଥିଲେ ମଧ୍ୟ ଚୀନ ଏପର୍ଯ୍ୟନ୍ତ ସେହି ତଥ୍ୟ ପ୍ରକାଶ କରୁନାହିଁ ।
ପୂର୍ବରୁ ଆମେରିକା ଓ ଋଷ ମଧ୍ୟ ଏହି ବିବାଦକ ନେଇ ଚିନ୍ତା କରିବା ସହ ଆଲୋଚନା ଉପରେ ଗୁରୁତ୍ୱ ଦେଇଥିଲେ ।

ସମ୍ବନ୍ଧିତ ଖବର