ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ତାଙ୍କ ପ୍ରେମିକା କ୍ୟାରି ସିମଣ୍ଡସ୍ ଆସନ୍ତା ବର୍ଷ ବିବାହ କରିପାରନ୍ତି। ଏଥିପାଇଁ ଏହି ଦମ୍ପତ୍ତି ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ ପଠାଇଛନ୍ତି। ତେବେ ଏହି ଦମ୍ପତି କେଉଁଠାରେ ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଦି ସନ୍ ର ରିପୋର୍ଟ ଅନୁଯାୟୀ, ୫୬ ବର୍ଷୀୟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଏବଂ ତାଙ୍କର ୩୩ ବର୍ଷୀୟ ପ୍ରେମିକା କ୍ୟାରି ସିମଣ୍ଡସ୍ ଆସନ୍ତା ବର୍ଷ ବିବାହ କରିବାକୁ ଯାଉଛନ୍ତି। ଏହା ସହ ସେ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କୁ ବିବାହକୁ ଆସିବାକୁ ନିମନ୍ତ୍ରଣ ମଧ୍ୟ ପଠାଇଛନ୍ତି।
ଏହି ନିମନ୍ତ୍ରଣରେ, ଜୁଲାଇ ୩୦, ୨୦୨୨ ରେ ବୋଲି ବିବାହ ତାରିଖ ଦିଆଯାଇଛି, କିନ୍ତୁ ବିବାହ ସ୍ଥାନ ଏଥିରେ ଦିଆଯାଇ ନାହିଁ। ଏହି ଦମ୍ପତି କେଉଁଠାରେ ବିବାହ କରିବେ ତାହା ଏପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି। ଏହାପୂର୍ବରୁ ଫେବୃଆରୀ ୨୦୨୦ ରେ ଜନସନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସିମଣ୍ଡସ୍ କହିଥିଲେ ଯେ ସେମାନେ ବିବାହ କରିବାକୁ ଯାଉଛନ୍ତି।
ଜନସନ ୨୦୧୯ ରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଜନସନ ଏବଂ ସିମଣ୍ଡସ୍ ଡାଉନ ଷ୍ଟ୍ରିଟରେ ଏକାଠି ରହୁଛନ୍ତି। ଗତ ବର୍ଷ ତାଙ୍କର ଏକ ପୁଅ ମଧ୍ୟ ଜନ୍ମ ହୋଇଛି | ଜନସନ ପୂର୍ବରୁ ମାରିନା ହ୍ୱିଲରଙ୍କୁ ବିବାହ କରିଥିଲେ। ଉଭୟଙ୍କର ୪ ଟି ସନ୍ତାନ ଅଛନ୍ତି | ସେପ୍ଟେମ୍ବର ୨୦୧୮ରେ, ବିବାହର ୨୫ ବର୍ଷ ପରେ, ବିବାହ ବିଛେଦ ହୋଇଥିଲା | ଏହା ପୂର୍ବରୁ ଜନସନ ଆଲେଗ୍ରା ମୋଷ୍ଟିନ-ଓୱେନଙ୍କୁ ବିବାହ କରିଥିଲେ | ସିମଣ୍ଡସ୍ ତାଙ୍କର ତୃତୀୟ ପତ୍ନୀ ହେବେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/5ea942d70fc639634c7803e3.jpg)