ବ୍ରିଟେନ ଫେରନ୍ତା ୫ କରୋନା ଆକ୍ରାନ୍ତ ଦିଲ୍ଲୀ ବିମାନବନ୍ଦରରୁ ହୋଇଯାଇଥି‌ଲେ ଫେରାର

ନୂଆଦିଲ୍ଲୀ: ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନ ବର୍ତ୍ତମାନ ଚାରିଆଡେ ଆତଙ୍କ ସୃଷ୍ଟି କରିଛି। ନୂଆ ଷ୍ଟ୍ରେନର ଭୟାବହତାକୁ ଦୃଷ୍ଟିରେ ରଖି ଭାରତ ସରକାର ବ୍ରିଟେନ ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି। ଏହା ସ‌ତ୍ତ୍ବେ ଦିଲ୍ଲୀ ବିମାନବନ୍ଦରରୁ ବ୍ରିଟେନରୁ ଫେରିଥିବା ୫ ଜଣ ଯାତ୍ରୀ ବିମାନବନ୍ଦରରୁ ଚମ୍ପଟ ମାରିଥିଲେ। ଏମାନଙ୍କ ମଧ୍ୟରୁ ତିନିଜଣଙ୍କୁ ଠାବ କରାଯାଇଛି। ଏହି ତିନିଜଣଙ୍କୁ ଗତ ମଙ୍ଗଳବାର ରାତିରେ ଦିଲ୍ଲୀ ଲୋକନାୟକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏମାନଙ୍କ ବ୍ୟତୀତ ଜଣେ ସଂକ୍ରମିତ ଲୁଧିଆନା ଓ ଆଉ ଜଣେ ଆନ୍ଧ୍ରପ୍ରଦେଶ ଫେରାର ହୋଇଯାଇଥିଲେ। ଦୁହିଁଙ୍କୁ ବୁଧବାର ଧରିବା ପରେ ସମସ୍ତଙ୍କୁ କ୍ବାରେଣ୍ଟାଇନ କରି ଦିଆଯାଇଛି।  ଏମାନଙ୍କ ଠାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଦିଆଯାଇଛି।

दिल्ली एयरपोर्ट से 5 कोरोना संक्रमित गायब हो गए (फाइल फोटो-PTI)

ରିପୋର୍ଟ ମୁତାବକ, ଅମୃତସରର ପଣ୍ଡୋରୀ ଗାଁର ଜଣେ ୪୬ ବର୍ଷୀୟ ବ୍ୟକ୍ତି ବ୍ରିଟେନରୁ ଫେରିଥିଲେ। ବିମାନବନ୍ଦରରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜିଟିଭ ଆସିବା ପରେ ବି ସେ ଦିଲ୍ଲୀରୁ ଲୁଧିଆନା ଚାଲି ଯାଇଥିଲେ। ଏହାପରେ ସେ ନିଜେ ଲୁଧିଆନାର ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପଞ୍ଜାବର ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ଦିଲ୍ଲୀ ପଠାଇ ଦେଇଛନ୍ତି। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ କରି ଦିଆଯାଇଛି।

ସମ୍ବନ୍ଧିତ ଖବର