ୟୁକ୍ରେନ୍‌ ସହ ଯୁଦ୍ଧ କରୁଥିବାରୁ ‘ଜି୨୦’ ସମ୍ମଳନୀରେ ବସିବାକୁ ରୁଷ୍‌ର ନୈତିକ ଅଧିକାର ନାହିଁ: ବ୍ରିଟେନ୍‌

ଲଣ୍ଡନ୍‌: ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଥିବାରୁ ରୁଷ୍‌ର ‘ଗ୍ରୁପ୍‌ ଅଫ୍‌ ୨୦ ନେସନ୍‌’ ସମ୍ମଳନୀରେ ବସିବାର ଅଧିକାର ନାହିଁ ବୋଲି ଶୁକ୍ରବାର ଦିନ ବ୍ରିଟେନ୍‌ର ବୈଦେଶିକ ମନ୍ତ୍ରାଳୟର ଜଣେ ମୁଖପାତ୍ର କହିଛନ୍ତି।

ସେ କହିଛନ୍ତି, ୟୁକ୍ରେନ୍‌ରେ ଆକ୍ରମଣ ଅଭିଯାନ ଚଳାଇଥିବାରୁ ‘ଜି୨୦’ ସମ୍ମଳନୀରେ ବସିବା ପାଇଁ ରୁଷ୍‌ର ନୈତିକ ଅଧିକାର ନାହିଁ। ‘ଜି୨୦’ ବୈଠକରେ ନିଶ୍ଚିତ ଭାବେ ରୁଷୀୟ ଯୁଦ୍ଧର ପ୍ରଭାବ ଉପରେ ବିଚାର କରାଯିବା ପାଇଁ ଇଣ୍ଡୋନେସିଆ କରୁଥିବା ଉଦ୍ୟମକୁ ଆମେ ସ୍ବାଗତ କରୁଛୁ। ‘ଜି୨୦’ ନେତାମାନଙ୍କ ଶିଖର ବୈଠକରେ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ୟୁକ୍ରେନ୍‌ର ପ୍ରତିନିଧିତ୍ବ କରିବା ସୂଚନା ମଧ୍ୟ ସ୍ବାଗତଯୋଗ୍ୟ।

Image Courtesy of US News

ଇଂଲଣ୍ଡ ପାର୍ଲାମେଣ୍ଟ୍‌ ସଦସ୍ୟ ଋଷି ସୁନକ ମଧ୍ୟ ‘ଜି୨୦’ ନିବଦେନ କରିଛନ୍ତି କି, ୟୁକ୍ରେନ୍‌ ସହ ରୁଷ୍‌ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ବୈଠକକୁ ଡକା ନ ଯାଉ।

ସୁନିକ୍‌ଙ୍କ ତରଫରୁ ଜଣେ ମୁଖପାତ୍ର କହିଛନ୍ତି, ଘୃଣ୍ୟ ଆଚରଣ ଯୋଗୁଁ ପୁଟିନ୍‌ଙ୍କୁ ଏହି ବୈଠକକୁ ନ ଡାକିବା ଆମ ‘ଜି୨୦’ ଅଂଶୀଦାର ଏବଂ ମିତ୍ରମାନଙ୍କର ମିଳିତ ଦାୟିତ୍ବ। ବିଛଣାରେ ଶୋଇଥିବା ପିଲାଙ୍କ ହତ୍ୟା ପାଇଁ ଉତ୍ତରଦାୟୀ ପୁଟିନ୍‌ଙ୍କ ସହିତ ଗୋଲ୍‌ ଟେବୁଲ୍‌ରେ ବସିବା ଆଦୌ ଭଲ ନୁହେଁ।

ଉଲ୍ଲେଖଯୋଗ୍ୟ, ଆଗାମୀ ନଭେମ୍ବର ମାସରେ ଇଣ୍ଡୋନେସିଆ ବାଲିରେ ‘ଜି୨୦’ ଶିଖର ସମ୍ମଳନୀ ଆୟୋଜନ କରୁଛି। ଏଥି‌ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଯୋଗ ଦେବେ ବୋଲି ଇଣ୍ଡୋନେସିଆ କହିଛି।

ସମ୍ବନ୍ଧିତ ଖବର