କୋଭିଡ୍‌ ନିୟମ ଉଲ୍ଲଂଘନ ପରେ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା

ଲଣ୍ଡନ : କୋଭିଡ୍‌ ନିୟମ ଉଲ୍ଲଂଘନ କରି ବ୍ରିଟେନ୍‌ର ସ୍ବାସ୍ଥମନ୍ତ୍ରୀ ମ୍ୟାଟ୍‌ ହାନ୍‌କକ୍‌ ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେଇଥିଲେ। ଏହି ମାମଲା ବ୍ରିଟେନ୍‌ରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ବେଳେ ଆଜି ମ୍ୟାଟ୍‌ ତାଙ୍କୁ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କୁ ଆଜି ମ୍ୟାଟ୍‌ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଥିବା ବେଳେ ବୋରିସ୍‌ ଏହାକୁ ସ୍ବୀକାର କରିନେଇଛନ୍ତି।

ସମ୍ବନ୍ଧିତ ଖବର