ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଏକ ଦ୍ୱିପାକ୍ଷିକ ଆଲୋଚନାକୁ ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରୀ ଗେଭିନ୍ ଓ୍ଵିଲିୟମସନ୍ ପ୍ରତ୍ୟାଖ୍ୟାନ କରିଥିବା ଖବର ଆଜି ବ୍ରିଟିଶ୍ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି। ଗେଭିନ୍ଙ୍କର ଏଭଳି ନିଷ୍ପତ୍ତି ପାଇଁ ତାଙ୍କୁ ୟୁକେ କ୍ୟାବିନେଟ୍ ଆଜି ଭର୍ତ୍ସନା କରିଥିବା ସଣ୍ଡେ ଟାଇମ୍୍ସ (ୟୁକେ)ରେ ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ସଂପୂର୍ଣ୍ଣ ଭିତ୍ତିହୀନ ବୋଲି ନିର୍ମଳା କହିଛନ୍ତି। ବ୍ରିଟେନ- ଭାରତ ଦ୍ୱିପାକ୍ଷିକ ଆଲୋଚନା ପାଇଁ ମାସକ ପୂର୍ବରୁ ନିଷ୍ପତ୍ତି ହୋଇଛି ଏବଂ ଏହା ଧାର୍ଯ୍ୟ ସମୟରେ ହିଁ ହେବ ବୋଲି ସେ କହିଛନ୍ତି। ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରୀ ଗେଭିନ୍ ଓ୍ଵିଲିୟମ୍ସନ୍ଙ୍କ ତରଫରୁ ଏଭଳି କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ନିର୍ମଳା କହିଛନ୍ତି ବ୍ରିଟେନ୍ ଓ ଭାରତ ମଧ୍ୟରେ ଉତ୍ତମ ସମ୍ପର୍କ ରହିଆସିଛି। ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ସପକ୍ଷରେ ଅଛନ୍ତି। ତେଣୁ ଆପୋସ ଆଲୋଚନା ମାଧ୍ୟମରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବୈଠକ ପାଇଁ ଏକ ନିର୍ଦ୍ଦିଷ୍ଟ ତାରିଖ ଚୂଡ଼ାନ୍ତ କରାଯିବ। ତେଣୁ ଏହି ଆଲୋଚନାରୁ ଓ୍ଵିଲିୟମ୍ସନ୍ ଓହରିଯିବା ଖବର ମିଥ୍ୟା। ଏଭଳି ରିପୋର୍ଟ ତାଙ୍କୁ ବ୍ୟଥିତ କରିଛି ବୋଲି ନିର୍ମଳା କହିଥିଲେ। ତେବେ ବ୍ରିଟେନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟର କେତେକ ପ୍ରସ୍ତାବକୁ ଓ୍ଵିଲିୟମସନ୍ ଗ୍ରହଣ କରିନଥିଲେ ଏବଂ ବିଭାଗୀୟ ସଚିବଙ୍କ ସହ ମଧ୍ୟ ଏ ବାବଦରେ କୁଆଡ଼େ କଥାବାର୍ତ୍ତା ହେବାକୁ ମନା କରିଦେଇଥିଲେ।
ଭାରତ ସହ ଆଲୋଚନା ପାଇଁ ମନାକଲେ ବ୍ରିଟେନ୍ ମନ୍ତ୍ରୀ
ବ୍ରିଟେନ୍ ଗଣମାଧ୍ୟମରେ ଚର୍ଚ୍ଚା
/sambad/media/post_attachments/wp-content/uploads/2018/07/Nirmala-Sitharaman1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)