ଲକ୍ଷ୍ନୌ: ଗତବର୍ଷର ର୍ୟାନ୍ ଇଣ୍ଟରନ୍ୟାସନାଲ ସ୍କୁଲ ଘଟଣାର ପୁନରାବୃତ୍ତି ଗତକାଲି ଘଟିଥିବା ଲକ୍ଷ୍ନୌ ତ୍ରିବେଣୀନଗର ସ୍ଥିତ ଆଲିଗଞ୍ଜର ବ୍ରାଇଟ ଲ୍ୟାଣ୍ଡ ସ୍କୁଲର ଅଧ୍ୟକ୍ଷଙ୍କୁ ଆଜି ଗିରଫ କରାଯାଇଛିଷ। ସେହିପରି ପ୍ରଥମ ଶ୍ରେଣୀରେ ପଢୁଥିବା ହ୍ରିତିକ୍(୬)ଙ୍କୁ ଛୁରୀରେ ଭୁସି ମରଣାନ୍ତକ ଆକ୍ରମଣ କରିଥିବା ସପ୍ତମ ଶ୍ରେଣୀର ଅଭିଯୁକ୍ତ ଛାତ୍ରୀଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।
ସୂଚନା ଥାଉ କି, ମଙ୍ଗଳବାର ସକାଳ ୧୦ଟା ୨୦ରେ ସ୍କୁଲର ତୃତୀୟ ମହଲାରେ ଥିବା ଶେଣୀଗୃହରୁ ହ୍ରିତିକ୍ ତଳକୁ ଓହ୍ଲାଉଥିବା ବେଳେ ଦ୍ୱିତୀୟ ମହଲାରେ ପୁଅ ଭଳି ଚୁଟି ରଖିଥିବା ସଂପୃକ୍ତ ଛାତ୍ରୀ ଜଣଙ୍କ ତା’କୁ ପାଇଖାନାକୁ ଟାଣି ନେଇଥିଲେ। ସେ ହ୍ରିତିକଖୁ ଛୁରୀରେ ଭୁସି ହତ୍ୟା ଉଦ୍ୟମ କରି ଫେରାର୍ ହୋଇଯାଇଥିଲା। ଛାତି, ପେଟ ଓ ବାମ ଆଖିରେ ଶକ୍ତ ଆଘାତ ପାଇଥିବା ହ୍ରିତିକ ଏବେ ସଂକଟଜନକ ଅବସ୍ଥାରେ ସ୍ଥାନୀୟ କେଜିଏମ୍ୟୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଅପରପକ୍ଷେ, ଘଟଣା ସମ୍ପର୍କରେ ପୁଲିସକୁ ନଜଣାଇ ତାହାକୁ ଚାପିଦେବାକୁ ଚେଷ୍ଟା କରିଥିବା ଅଭିଯୋଗରେ ସ୍କୁଲ୍ର ଅଧ୍ୟକ୍ଷ ରଚିତ ମାନସଙ୍କୁ ପୁଲିସ ଆଜି ଗିରଫ କରିଛି। ସେହିପରି ହ୍ରିତିକର ବୟାନ ଅନୁସାରେ ପୁଲିସ ଜାରି କରିଥିବା ସ୍କେଚ୍ରୁ ଅଭିଯୁକ୍ତ ଛାତ୍ରୀଙ୍କୁ ହ୍ରିତିକ ଚିହ୍ନଟ କରିଥିଲା। ପରେ ସଂପୃକ୍ତ ଛାତ୍ରୀଙ୍କୁ ପୁଲିସ ଅଟକ ରଖି ପଚରା ଉଚୁରା କରିବା ସହ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଇଛି। ତେବେ ସେ ଏପରି ଅପରାଧ କରିଥିବା କଥଛାକୁ ଅସ୍ୱୀକାର କରିଛି। ହ୍ରିତିକ ପାଖରୁ ମଧ୍ୟ ମିଳିଥିବା କିଛି ସନ୍ଦିଗ୍ଧ କେଶରାଶିକୁ ପରୀକ୍ଷା ପାଇଁ ପଠାଯାଇଛି।
ବ୍ରାଇଟ୍ ଲ୍ୟାଣ୍ଡ୍ ସ୍କୁଲ୍ ଘଟଣା: ଅଭିଯୁକ୍ତ ଛାତ୍ରୀ ଅଟକ, ଅଧ୍ୟକ୍ଷ ଗିରଫ
ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁସିଥିଲେ ସପ୍ତମ ଛାତ୍ରୀ
/sambad/media/post_attachments/wp-content/uploads/2018/01/arrest-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)