ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ଇଂଲଣ୍ଡର ମଧ୍ୟ ଆକାଶରେ ଏକ ହେଲିକପ୍ଟର ଏବଂ ବିମାନ ପରସ୍ପରକୁ ଧକ୍କା ଦେବାଦ୍ୱାରା ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ଜଣ ପ୍ରବାସୀ ଭାରତୀୟ ରହିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଜଣେ ୧୮ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ପ୍ରଶିକ୍ଷାର୍ଥୀ ପାଇଲଟ୍ଙ୍କ ସହ ତାଙ୍କ ଭାରତୀୟ ପରାମର୍ଶଦାତା ଏବଂ ଦୁଇଜଣ ବ୍ରିଟିଶ ବିମାନ ପ୍ରଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାଟି ନଭେମ୍ବର ୧୭ ତାରିଖରେ ଘଟିଥିଲା ଏବଂ ପୁଲିସ ଆଜି ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି। ମୃତ ଦୁଇଜଣ ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ସାବନ୍ ମୁଣ୍ଡାଏ ଏବଂ ଜସ୍ପାଲ ବାହରା। ବର୍କିଂହମସାୟର ନ୍ୟୁ ୟୁନିଭର୍ସିଟିର ବିଦ୍ୟାର୍ଥୀ ସାବନ୍ ଜଣେ କମର୍ସିଆଲ ପାଇଲଟ ହେବାଲାଗି ପ୍ରଶିକ୍ଷଣ ନେଉଥିଲେ ଏବଂ ୭୧ ବର୍ଷୀୟ ଜସ୍୍ପାଲ ଜଣେ ପରାମର୍ଶଦାତା ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp