ବ୍ରିଟେନ୍‌ ପ୍ରଧାନମନ୍ତ୍ରୀଙ୍କୁ କରୋନା, ସ୍ବାସ୍ଥ୍ୟମନ୍ତ୍ରୀ ବି ପଜିଟିଭ୍

ଲଣ୍ଡନ: ବ୍ରିଟେନ୍‌ର ଯୁବରାଜ ଚାର୍ଲସ କରୋନାରେ ଆକ୍ରାନ୍ତ ହେବାର ଦୁଇ ଦିନ ପରେ ଆଜି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ବୋରିସ୍‌ ନିଜେ ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ସହ ସ୍ବେଚ୍ଛାକୃତ ସଂଗରୋଧରେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍‌ ସ୍ବାସ୍ଥ୍ୟମନ୍ତ୍ରୀ ନାଡାଇନ୍‌ ଡୋରିଜ୍‌ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। କରୋନା ଲକ୍ଷଣ ଦେଖାଦେବାପରେ ବୋରିସ୍‌ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଗତ ମାର୍ଚ୍ଚ ୧୦ ତାରିଖରେ ବୋରିସ୍ ଏକ ହସ୍ପିଟାଲ‌କୁ ଯାଇ କିଛି କରୋନା ରୋଗୀଙ୍କ ସହ ହାତ ମିଳାଇଥିଲେ ବୋଲି କୂହାଯାଉଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାବେଳେ ପ୍ରଧାନମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଏଥିରୁ ନିସ୍ତାର ପାଇନଥିବା ଉଦ୍‌ବେଗର କାରଣ ହୋଇଛି। ବ୍ରିଟେନ୍‌ରେ କରୋନା ଏ ପର୍ଯ୍ୟନ୍ତ ୮ ଶହ ଲୋକଙ୍କ ଜୀବନ ନେଇଥିବା ବେଳେ ୧୪୫୭୯ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଲଣ୍ଡନ୍‌ରେ ୧୦ହଜାରରୁ ଊର୍ଦ୍ଧ୍ବ ଲୋକ କ୍ବାରାଣ୍ଟିନ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର