ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସଂସଦରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ତାଙ୍କ କନ୍‌ଜର୍‌ଭେଟିଭ ଦଳର ବିଦ୍ରୋଦୀ ସାଂସଦ ଫିଲିପ୍ ଲି ଲିବେରାଲ ଡେମୋକ୍ରାଟ୍ସ ଦଳରେ ଯୋଗଦେବା ଫଳରେ ବୋରିସ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି। ସରକାରୀ ଦଳର ସଦସ୍ୟ ସଂଖ୍ୟା ୩୧୯କୁ ହ୍ରାସ ପାଇଥିବାବେଳେ ବିରୋଧୀ ସଦସ୍ୟଙ୍କ ସଂଖ୍ୟା ୩୨୦କୁ ବୃଦ୍ଧି ପାଇଛି। ଗତମାସର ଜି-୭ ବୈଠକରେ ହୋଇଥିବା ଆଲୋଚନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ବୋରିସ ବିବୃତି ରଖୁଥିବା ସମୟରେ ଫିଲିପ୍ ଦଳ ବଦଳାଇଛନ୍ତି। କନ୍‌ଜର୍‌ଭେଟିଭ ଦଳର ସଦସ୍ୟଭାବେ ମୋତେ ନିର୍ବାଚିତ କରିଥିବା ଲୋକମାନଙ୍କର ଏବଂ ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ସମ୍ଭବ ହେଉନ ଥିବାରୁ ସେ ଦଳ ଛାଡ଼ିଛନ୍ତି ବୋଲି କହିଛନ୍ତି। ଲି‌ବେରାଲ ଡେମୋକ୍ରାଟ୍ସ ଦଳ ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ୍ ନଓହରିବା ପାଇଁ ସମର୍ଥନ କରୁଛି। ବ୍ରେକ୍‌ନେଲ୍ ସାଂସଦ ଫିଲିପ୍ ତାଙ୍କ ଦଳରେ ଯୋଗଦେଇଥିବାରୁ ଲି‌ବେରାଲ ଡେମୋକ୍ରାଟ୍ସ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି। ‌ତେବେ ବୋରିସ୍ ଜନସନ ବ୍ରେକ୍ସିଟର ଜଣେ ଦୃଢ଼ ସମର୍ଥକ। ସେ କହିଛନ୍ତି ‌ବ୍ରେକ୍‌ଜିଟକୁ ବିଳମ୍ବ କରାଯିବାର କୌଣସି କାରଣ ନାହିଁ। ସଂସଦରେ ବୋରିସ ଜନସନର ସରକାର ସଂଖ୍ୟାଲଘୁରେ ପରିଣତ ହେବା ପରେ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବାର ସମ୍ଭାବନା ଦେଖାଦେଇଛି। ଉଲ୍ଲେଖଯୋଗ୍ୟ ଯେ, ଥେରେସା ମେ’ଙ୍କ ପରେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧିତ ଖବର