ନୂଆଦିଲ୍ଲୀ: ୩ ବର୍ଷର ପୁଅ କାନ୍ଦିଲା ବୋଲି ଏକ ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇ ଦିଆଯାଇଛି। ପରିବାର ପକ୍ଷରୁ ଯେତେ ଅନୁରୋଧ କରାଯାଇଥିଲେ ବି ସେମାନଙ୍କ କଥା ଶୁଣାଯାଇ ନଥିଲା। ବରଂ ଗାଳିଗୁଲଜ କରାଯାଇ ଫେରାଇ ଦିଆଯାଇଥିଲା। ଅନ୍ତର୍ଜାତୀୟ ବିମାନ ସେବା ପ୍ରଦାନକାରୀ ବ୍ରିଟିସ୍ ଏୟାରେଓ୍ଵଜ୍ର ଅଧିକାରୀମାନେ ଏଭଳି ଆଶ୍ଚର୍ଯ୍ୟ କଲାଭଳି କାର୍ଯ୍ୟ କରିଛନ୍ତି। ଏହାକୁ ଏବେ ବିଶ୍ୱବ୍ୟାପୀ ସମାଲୋଚନା କରାଯାଉଛି। ଅନ୍ୟପକ୍ଷରେ ଏ ନେଇ ବ୍ରିଟିସ୍ ଏୟାରେଓ୍ଵଜ୍ଠାରୁ ଅଧିକ ରିପୋର୍ଟ ହାସଲ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଡିଜିସିଏକୁ ନିର୍ଦେଶ ଦେଇଛନ୍ତି। ସୂଚନା ମୁତାବକ ୧୯୮୪ ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀ ଏ ପି ପାଠକ ନିଜ ପରିବାର ସହ ବ୍ରିଟିସ୍ ଏୟାରେଓ୍ଵଜ୍ର ‘ବିଏ ୮୪୯୫’ ବିମାନରେ ଲଣ୍ଡନରୁ ବର୍ଲିନ୍ ଯିବାକୁ ଅପେକ୍ଷା କରିଥିଲେ। ନିର୍ଧାରିତ ସମୟସୂଚୀ ମୁତାବକ ପାଠକ ବିମାନ ମଧ୍ୟରେ ପ୍ରବେଶ କରିଥିଲେ। କିନ୍ତୁ ବିମାନଟି ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ପାଠକଙ୍କ ୩ ବର୍ଷର ପୁଅ କୌଣସି କାରଣରୁ କାନ୍ଦିବା ଆରମ୍ଭ କରିଥିଲା। ଯେତେ ବୁଝାଇଲେ ବି କାନ୍ଦ ବନ୍ଦ ହୋଇନଥିଲା। ଏଥିପାଇଁ ପରିବାରକୁ ବିମାନରୁ ବଳପୂର୍ବକୁ ଓହ୍ଲାଇ ଦିଆଯାଇଥିଲା।
ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇଦେଲା ବ୍ରିଟିସ୍ ଏୟାରେଓ୍ଵଜ୍
/sambad/media/post_attachments/wp-content/uploads/2018/08/british.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)