ନୂଆଦିଲ୍ଲୀ : ବ୍ରିଟିଶ ଏୟାରୱେଜ୍ର ଏକ ବିମାନ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଏ-୩୨୧ ବିମାନ ଗତ ସୋମବାର ଦିନ ହିଥ୍ରୋ ବିମାନବନ୍ଦରରେ ଅବତରଣ କରିଥାନ୍ତା। କିନ୍ତୁ ଅବତରଣ ସମୟରେ ପ୍ରବଳ ପବନ ଯୋଗୁଁ ବିମାନ ସନ୍ତୁଳନ ରଖିପାରିନଥିଲା। ତେଣୁ ବିମାନଟି ଶେଷ ମୁହୂର୍ତ୍ତରେ ଅବତରଣ ରଦ୍ଦ କରି ପୁଣିଥରେ ଉଡ଼ାଣ କରିଥିଲା। ଦୁର୍ଘଟଣା ଏଡ଼ାଇବା ପାଇଁ ପାଇଲଟ୍ ଏଭଳି ପଦକ୍ଷେପ ନେଇଥିଲେ। ପ୍ରବଳ ପବନ ଯୋଗୁଁ ବିମାନଟି ଏକପାଖିଆ ହୋଇଯାଇଥିଲା। ପାଇଲଟ୍ ସଠିକ୍ ନିଷ୍ପତ୍ତି ନେଇ ବିମାନ ଅବତରଣ କରିନଥିବାରୁ ଅନେକ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି। ଟ୍ବିଟର୍ରେ ସେୟାର ହୋଇଥିବା ଏହି ଭିଡିଓଟିକୁ ଯେଉଁମାନେ ଦେଖୁଛନ୍ତି ସେମାନେ ତାହାର ପ୍ରଶଂସା କରୁଛନ୍ତି।
ଅଳ୍ପକେ ବର୍ତ୍ତିଲା ବ୍ରିଟିଶ ଏୟାରୱେଜ୍ ବିମାନ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍
/sambad/media/post_attachments/wp-content/uploads/2022/02/f65h4sf654fhs1fh321fh2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)