ବ୍ରିଟିଶ ଏୟାରେଓ୍ଵଜ୍ର େଓ୍ଵବ୍ସାଇଟ୍ ବ୍ଲକ୍, ଚୋରି ହେଲା ୩.୮୦ଲକ୍ଷ ଲୋକଙ୍କ ବ୍ୟାଙ୍କ ଡାଟା
ନୂଆଦିଲ୍ଲୀ : ବ୍ରିଟିଶ ଏୟାରେଓ୍ଵଜ୍ର େଓ୍ଵବ୍ସାଇଟ୍ ଏବଂ ତା’ର ମୋବାଇଲ ଆପ୍ ବ୍ଲକ୍ ହେବା ସହ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟାଙ୍କ ଡ଼ାଟା ଚୋରି ହୋଇଥିବା ଜଣାଇଛି ବ୍ରିଟିଶ ଏୟାରେଓ୍ଵଜ୍ । ଏହା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି । ଯେଉଁ ଲୋକମାନେ ବ୍ରିଟିଶ ଏୟାରେଓ୍ଵଜର େଓ୍ଵବ୍ସାଇଟ୍ ଏବଂ ମୋବାଇଲ ଆପ୍ ମାଧ୍ୟମରେ ଟିକେଟ୍ ବୁକ୍ କରୁଥିଲେ ସେମାନଙ୍କ ବ୍ୟକ୍ତିଗତ ଏବଂ ଆର୍ଥିକ ତଥ୍ୟ ଏବେ ସଙ୍କଟରେ ବୋଲି ବ୍ରିଟିଶ ଏୟାରେଓ୍ଵଜ ଜଣାଇଛି । କମ୍ପାନିର ସାଇଟରୁ ଡ଼ାଟା ଚୋରି ହୋଇଥିବାରୁ କ୍ଷମା ମାଗିବା ସହ ତଦନ୍ତ ପାଇଁ ପୁଲିସକୁ ଏହି ମାମଲା ହସ୍ତାନ୍ତର କରିଛି ବ୍ରିଟିଶ ଏୟାରେଓ୍ଵଜ୍ ।
Sambad is now on WhatsApp
Join and get latest news updates delivered to you via WhatsApp
ଏ ପର୍ଯ୍ୟନ୍ତ ୩.୮୦ଲକ୍ଷ ଲୋକଙ୍କର ବ୍ୟାଙ୍କ ଡ଼ାଟା ଚୋରି ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏହା ପଛରେ କାହାର ହାତ ରହିଛି ସେ ନେଇ ତଦନ୍ତ ଚଳାଇଛି ପୁଲିସ । ଯେଉଁ ଲୋକମାନେ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୫ ମଧ୍ୟରେ ଟିକେଟ୍ ବୁକ୍ କରିଥିଲେ ସେମାନଙ୍କର ହିଁ ଡ଼ାଟା ଚୋରି ହୋଇଥିବା ଖବର ମିଳିଛି। ଏହା ସହ ଏ ନେଇ ଯାତ୍ରୀମାନଙ୍କୁ ନିଜ ନିଜ ବ୍ୟାଙ୍କ ଏବଂ କ୍ରେଡ଼ିଟ୍ କାର୍ଡର୍ ବିଭାଗକୁ ସଂପର୍କ କରିବାକୁ ମଧ୍ୟ ସୂଚନା ଦେଇଛି ବ୍ରିଟିଶ ଏୟାରେଓ୍ଵଜ୍ ।