କରୋନଭାଇରସ୍ ସଙ୍କଟ: ସାମୟିକ ଭାବେ ୨୮ ହଜାର କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କଲା ବ୍ରିଟିସ୍ ଏୟାରୱେଜ୍

ଲଣ୍ଡନ: କରୋନାଭାଇରସ୍ ସଂକଟ ଯୋଗୁଁ ବିମାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହେବା କାରଣରୁ ବ୍ରିଟିସ୍ ଏୟାରୱେଜ୍ ସାମୟିକ ଭାବେ ୨୮, ୦୦୦ କର୍ମଚାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିଥିବା କଥା ଗୁରୁବାର ଦିନ ବାଣିଜ୍ୟସଂଘ “ୟୁନାଇଟ୍’ ଘୋଷଣା କରିଛି ।

ବ୍ରିଟିସ୍ ଏୟାରୱେଜର ହଜାର ହଜାର କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା “ୟୁନାଇଟ୍’ କହିଛି ଯେ ସେ କମ୍ପାନି ସହ ଏକ ରାଜିନାମା କରିଛି । ସରକାରଙ୍କ ବ୍ୟବସାୟ କାର୍ଯ୍ୟକ୍ରମକୁ ସମର୍ଥନ କରିଥିବାରୁ ସେହି ସମ୍ପୃକ୍ତ ୨୮୦୦୦ କର୍ମଚାରୀଙ୍କୁ ୮୦% ବେତନ ମିଳିବ । ଏହି ସଙ୍କଟଜନକସ୍ଥିତିରେ ସରକାରୀ ଯୋଜନା ଅନୁସାରେ ସେମାନଙ୍କୁ ମିଳୁଥିବା ଅନ୍ୟାନ୍ୟ ମାସିକ ଉପାର୍ଜନ ଉପରେ କୌଣସି କଟକଣା ଲାଗୁ ହେବନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ କି, କରୋନାଭାଇସ୍ ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱର ଅଧିକାଂଶ ଦେଶ ବିମାନ ଉଡ଼ାଣ ଉପରେ କଟକଣା ଜାରି କରିଛନ୍ତି । ତେଣୁ ବିଶ୍ୱବ୍ୟାପୀ ହଜାର ହଜାର ବିମାନ ଉଡ଼ାଣ ବାତିଲ କରିଛନ୍ତି । ଏଥିଯୋଗୁଁ ବିଶେଷକରି, ଚୀନ୍ ଓ ଇଟାଲିକୁ ଆଦୌ ଯାତ୍ରୀବାହୀ ବିମାନ ଚଳାଚଳ କରୁନାହିଁ ।

ସମ୍ବନ୍ଧିତ ଖବର