ଲଣ୍ଡନ୍‌: ପାକିସ୍ତାନ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର ହେବାର କିଛି ସମୟ ପରେ ଇମ୍ରାନ୍‌ ଖାଁଙ୍କୁ ସମର୍ଥନ କରି ବ୍ରିଟିସ୍‌ ବ୍ୟବସାୟୀ ତଥା ପରିବେଶବିତ୍‌ ବେନ୍‌ ଗୋଲଡ୍‌ସ୍ମିଥ୍ ଟୁଇଟ୍‌ କରି ଲେଖିଛନ୍ତି, ସେ ଜଣେ ଉତ୍ତମ ଓ ଅସାଧାରଣ ରେକର୍ଡଧାରୀ ମଣିଷ। ବେନ୍‌ ହେଉଛନ୍ତି ୧୯୯୫ରେ ଇମ୍ରାନ୍‌ଙ୍କୁ ବିବାହ କରି ୨୦୦୪ରେ ଛାଡ଼ପତ୍ର ଦେଇଥିବା ଜେମିମା ଗୋଲ୍‌ଡ୍‌ସ୍ମିଥ୍‌ଙ୍କ ଭାଇ।

Advertisment

ଆଜି ଟୁଇଟ୍‌ କରି ବେନ୍‌ ଗୋଲ୍‌ଡ୍‌ସ୍ମିଥ୍‌ ଟୁଇଟ୍‌ କରି ଲେଖିଛନ୍ତି, ମୋ ଭିଣୋଇ ଇମ୍ରାନ୍‌ ଖାଁ ଜଣେ ଉତ୍ତମ ଓ ସମ୍ମାନଜନକ ବ୍ୟକ୍ତି ଯିଏ ନିଜ ଦେଶର ମଙ୍ଗଳ କରିବା ପାଇଁ ଦୃଢ଼ ଇଚ୍ଛାଶକ୍ତିଦ୍ବାରା ପ୍ରେରିତ ହୋଇଥିଲେ। ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ରେକର୍ଡ ଅସାଧାରଣ। ତାଙ୍କ ନେତୃତ୍ବରେ ପାକିସ୍ତାନ ଏବେ ପରିବେଶ ସଂରକ୍ଷଣ କ୍ଷେତ୍ରରେ ବିଶ୍ବରେ ଅଗ୍ରଣୀ ହୋଇପାରିଛି।

publive-image Image Courtesy of Farmers Guardian

କିନ୍ତୁ, ଇମ୍ରାନ୍‌ ଖାଁଙ୍କ ପୂର୍ବତନ ପତ୍ନୀ ଜେମିମା ଗୋଲ୍‌ଡ୍‌ସ୍ମିଥ୍‌ କିନ୍ତୁ, ସର୍ବସାଧାରଣରେ ଏ ଧରଣର କୌଣସି ବିବୃତି ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ବେନ୍‌ ଗୋଲ୍‌ଡ୍‌ସ୍ମିଥ୍‌ ହେଉଛନ୍ତି ଲଣ୍ଡନ୍‌ସ୍ଥିତ ବିନିଯୋଗକାରୀ କମ୍ପାନି ‘ମେନ୍‌ହାଡେନ୍‌’ର ପ୍ରତିଷ୍ଠାତା ଓ ‘ସିଇଓ’। ଏହି କମ୍ପାନି ଶକ୍ତି ଓ ସମ୍ବଳ ପାରଦର୍ଶିତା ଉପରେ ଗୁରୁତ୍ବ ଦେଇଥାଏ।

ବିତ୍ତଶାଳୀ ଗୋଲଡ୍‌ସ୍ମିଥ୍‌ ପରିବାରରେ ଜନ୍ମିତ ବେନ୍‌ ଓ ଜେମିମା ହେଉଛନ୍ତି ବ୍ୟବସାୟୀ ଜେମ୍‌ସ୍‌ ଗୋଲ୍‌ଡ୍‌ସ୍ମିଥ୍‌ ଏବଂ ଲେଡି ଆନ୍ନାବେଲ୍‌ ଗୋଲ୍‌ଡ୍‌ସ୍ମିଥ୍‌ଙ୍କ ସନ୍ତାନସନ୍ତତି।