ଭାରତ ବିରୋଧୀ ବ୍ରିଟିସ ସାଂସଦଙ୍କୁ ନୂଆଦିଲ୍ଲୀ ଏୟାରପୋର୍ଟରୁ ଫେରାଇ ଦିଆଗଲା

ନୂଆଦିଲ୍ଲୀ : ନିଜର ଭାରତ ବିରୋଧୀ ଅଭିମୁଖ୍ୟ ପାଇଁ ପରିଚିତ ବ୍ରିଟିଶ ଲେବର ପାର୍ଟିର ସାଂସଦ ଡେବି ଆବ୍ରାହମଙ୍କୁ ଆଜି ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରେ ହଟହଟା ହେବାକୁ ପଡ଼ିଛି ।

ସେ ଏକ ବୈଧ ଭିସା ନେଇ ଭାରତକୁ ଦୁଇଦିନିଆ ବ୍ୟକ୍ତିଗତ ଗସ୍ତରେ ଆସିଥିବାବେଳେ ତାଙ୍କ ଭିସାକୁ ଭାରତ ସରକାର ହଠାତ ରଦ୍ଦ କରିଦେବା ସହ ତାଙ୍କୁ ଏୟାରପୋର୍ଟରୁ ହିଁ ଦୁବାଇ ପଠାଇଦିଆଯାଇଛି । ଭାରତ ସରକାର କୌଣସି କାରଣ ନ ଦର୍ଶାଇ ଏହି ଭିସାକୁ ରଦ୍ଦ କରିଦେଇଥିଲେ ବୋଲି ତାଙ୍କ ସହ ଆସିଥିବା ହରପ୍ରିତ ଉପଲ କହିଛନ୍ତି । ତେବେ ଭାରତର ବୈଦେଶିକ ମନ୍ତ୍ରାଳୟ ଏ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ ।

୨୦୧୧ରୁ ସାଂସଦ ଥିବା ଆବ୍ରାହମ କଶ୍ମୀର ସଂପର୍କିତ ଏକ ବ୍ରିଟିଶ ସଂସଦୀୟ କମିଟିର ଅଧ୍ୟକ୍ଷ ଅଛନ୍ତି । ଭାରତର କଶ୍ମୀର ନୀତିକୁ ନେଇ ସେ ସବୁବେଳେ ଭାରତକୁ ସମାଲୋଚନା କରିଆସିଛନ୍ତି । ଗତ ବର୍ଷ ଅଗଷ୍ଟ ମାସରେ ଭାରତ ସରକାର କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ଓ ଜମ୍ମୁ ଓ କଶ୍ମୀରର ରାଜ୍ୟମାନ୍ୟତା ପ୍ରତ୍ୟାହାର କରିବା ପରେ ସେ ଭାରତକୁ ତୀବ୍ର ସମାଲୋଚନା କରିଥିଲେ । ଭାରତର ଏହି ନିଷ୍ପତ୍ତି ପରେ ସେ ଲଣ୍ଡନସ୍ଥିତ ଭାରତୀୟ ହାଇ କମିଶନରଙ୍କୁ ଏକ ପତ୍ର ଲେଖି ଦର୍ଶାଇଥିଲେ ଯେ ଭାରତ କଶ୍ମୀରବାସୀଙ୍କ ସହ ବିଶ୍ୱାସଘାତକତା କରିଛନ୍ତି ।

ସମ୍ବନ୍ଧିତ ଖବର