ଏ ବର୍ଷ କୋଭିଡ୍-୧୯ ଟିକା ମିଳବାର ଆଶା ମଉଳାଇ ଦେଲେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍

ଲଣ୍ଡନ୍: ଆଜି ଅକ୍‌ଫୋର୍ଡ ବିଶ୍ବବିଦ୍ୟାଳୟ ପ୍ରସ୍ତୁତ ଟିକାର ନୈଦାନିକ ପରୀକ୍ଷାର ପ୍ରାଥମିକ ଫଳାଫଳ ଘୋଷଣା ହେବାକୁ ଯାଉଥିବା ବେଳେ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍, କିନ୍ତୁ ଏ ବର୍ଷ ଶେଷ ସୁଦ୍ଧା ଫଳପ୍ରଦ ଏକ କରୋନାଭାଇରସ୍ ଟିକା ବାହାରିବାର ଆଶା ମଉଳାଇ ଦେଇଛନ୍ତି ।

କେଣ୍ଟ୍‌ ଗସ୍ତରେ ଥିବା ଜନ୍‌ସନ୍ ଆଜି କହିଛନ୍ତି, ଏ ବର୍ଷ କୋଭିଡ୍-୧୯ ଟିକା ମିଳିବ ବୋଲି ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ବୋଲି କହିବାକୁ ମୋର ଇଚ୍ଛା ଥିଲା। ଆପଣମାନେ ତ ଜାଣନ୍ତି, ଏ କ୍ଷେତ୍ରରେ ଏବେ ପ୍ରାୟ ୧୦୦ ପ୍ରକାର ଭିନ୍ନ ଭିନ୍ନ ବୈଜ୍ଞାନିକ ଅଭିଯାନ ଚାଲିଛି।

ଟିକା ପ୍ରସ୍ତୁତିରେ ଇଂଲଣ୍ଡ୍‌ ବି‌ଶ୍ବର କେତେକ ଅଗ୍ରଣୀ ବୈଜ୍ଞାନିକମାନଙ୍କୁ ନିୟୋଜିତ କରିଛି। ଅକ୍ସଫୋର୍ଡ କାର୍ଯ୍ୟକ୍ରମରେ ଆମେ ୧୦୦ମିଲିୟନ୍ ଡୋଜ୍ ହାସଲ କରିସାରିଛୁ। ଏହାଛଡ଼ା ଗୋଟିଏ ଫରାସୀ ଏବଂ ଗୋଟିଏ ଜର୍ମାନି ଟିକାର ୯୦ ମିଲିୟନ୍ ଡୋଜ୍‌ ନିମନ୍ତେ ଆମେ ବିନିଯୋଗ କରିଛୁ।

Image Courtesy of Hindustan Times

କିନ୍ତୁ, ସ‌େ କହିଲେ ଯେ, ସ୍ବାଭାବିକ ଭାବେ ମୁଁ ଆଶାବାଦୀ। ସୌଭାଗ୍ୟ ପାଇଁ ଆଶା। କିନ୍ତୁ, ଏ ବର୍ଷ ଟିକା ମିଳିବ ବୋଲି ମୁଁ ସମ୍ପୂର୍ଣ୍ଣ ନିଶ୍ଚିତ ନୁହେଁ। ହୁଏ ତ ଆସନ୍ତା ବର୍ଷ ଆସିପାରେ। ସେମିତି କହିବା ଅତିରଞ୍ଜିତ ହେବ। ଆମେ ଆସନ୍ତାବର୍ଷରେ ପାଦ ଦେଇନାହାନ୍ତି।

ବୈଜ୍ଞାନିକମାନଙ୍କ ସହ ଆଲୋଚନାରୁ ଜଣାପଡୁଛି, କିଛି ଗୋଟାଏ ବାହାର କରିବାକୁ ଆନ୍ତର୍ଜାତିକ ଉଦ୍ୟମ ଚାଲିଛି। ସେମାନେ ଦୃଢ଼ ନିଶ୍ଚିତ ଯେ, କୌଣସି ଚିକିତ୍ସା, କୌଣସି ଟିକା ବାହାରିଯିବ। କିନ୍ତୁ, ଏବେ ମୁଁ ସୁନିଶ୍ଚିତ ହୋଇ କିଛି କହିପାରିବି ନାହିଁ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ବୋରିସ୍‌ ଜନ୍‌ସନ୍‌ଙ୍କ ସରକାର ଭାଗିଦାରୀରେ ହାସଲ କରିଥିବା ତିନିଟି ‌ଶ୍ରେଣୀର ଟିକା ହେଉଛି- ଏଡିନୋଭାଇରାଲ୍ ଭ୍ୟାକ୍ସିନ୍ (ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ/ଆଷ୍ଟ୍ରା ଜେନିକା), ଏମ୍ଆର୍‌ଏନ୍‌ଏ ଭ୍ୟାକ୍ସିନ୍ (ବାୟୋଏନ୍‌ଟେକ୍/ଫାଇଜର୍, ଇମ୍ପେରିଆଲ୍ କଲେଜ୍ ଲଣ୍ଡନ, ଏବଂ ଇନ୍‌ଆକ୍ଟିଭେଟେଡ୍ ହୋଲ୍‌ ଭାଇରସ୍ ଭ୍ୟାକ୍ସିନ୍ (ଭାଲ୍‌ନିଭା)।

 

ସମ୍ବନ୍ଧିତ ଖବର