ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ସବୁଠାରୁ ଖରାପ ରେଟିଂ ମିଳିଛି । ତାଙ୍କ ସରକାର ରୱାଣ୍ଡା ନୀତି ବିବାଦର ସମ୍ମୁଖୀନ ହେଉଛନ୍ତି। ୟୁଗଭ(YouGov) ଦ୍ୱାରା ପ୍ରକାଶିତ ଏକ ସର୍ଭେରୁ ଜଣାପଡିଛି ଯେ ୭୦ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ପ୍ରତି ପ୍ରତିକୂଳ ମତାମତ ରଖିଥିବା ବେଳେ ମାତ୍ର ୨୧ ପ୍ରତିଶତଙ୍କ ମତ ତାଙ୍କ ପ୍ରତି ଅନୁକୂଳ ଥିଲା । ଅର୍ଥାତ୍ ଋଷି ସୁନକଙ୍କ ନେଟ୍ ଫେବରେବିଲିଟି ରେଟିଂ ମାଇନସ୍ ୪୯ ରହିଛି- ଯାହା ନଭେମ୍ବର ଶେଷ ଠାରୁ ୧୦ ପଏଣ୍ଟ ହ୍ରାସ ପାଇଛି ଏବଂ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ସର୍ବନିମ୍ନ ସ୍କୋର।

Advertisment

ସର୍ଭେ ଅନୁଯାୟୀ, ୨୦୧୯ ଟୋରି (କଂଜରଭେଟିଭ ପାର୍ଟି) ଭୋଟରଙ୍କ ମଧ୍ୟରୁ ଅଧିକାଂଶ (୫୬ ପ୍ରତିଶତ) ଋଷି ସୁନକଙ୍କ ପ୍ରତି ନକାରାତ୍ମକ ଦୃଷ୍ଟିକୋଣ ରଖିଥିବା ବେଳେ ୪୦ ପ୍ରତିଶତ ସକାରାତ୍ମକ ମତ ରଖିଛନ୍ତି। ଏହି ସ୍କୋର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କାର୍ଯ୍ୟକାଳର ଶେଷ ମାସର ସ୍କୋର ସହ ସମାନ, କିନ୍ତୁ ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରୁସଙ୍କ ଠାରୁ ଅଧିକ ଥିଲା। ଏହି ସର୍ଭେ ଏପରି ସମୟରେ ହୋଇଛି ଯେତେବେଳେ ଋଷି ସୁନକ ତାଙ୍କ କଞ୍ଜରଭେଟିଭ୍ ପାର୍ଟିର ଭାବମୂର୍ତ୍ତି କୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିବାରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ।

ବ୍ରିଟେନର ରଓ୍ବାଣ୍ଡା ନୀତି କଣ ?

ବ୍ରିଟେନ ସରକାର ଆଫ୍ରିକୀୟ ଦେଶ ରଓ୍ବାଣ୍ଡାରୁ ଆସିଥିବା ଶରଣାର୍ଥୀମାନଙ୍କୁ ସେମାନଙ୍କ ଦେଶକୁ ପ୍ରତ୍ୟାର୍ପଣ କରିବାକୁ ସେଠାକାର ସଂସଦରେ ଏକ ବିଲ୍ ଆଗତ କରିଛନ୍ତି । ଏହି ବିଲଟି ବ୍ରିଟିଶ ସଂସଦରେ ଗୃହୀତ ହୋଇଛି ।