ନୂଆଦିଲ୍ଳୀ: ଭାରତ-ଚୀନ ସମ୍ପର୍କ ସେମିତି ତାହା ପୁରା ବିଶ୍ବ ଜାଣିଛି । ବର୍ଷବର୍ଷ ଧରି ସୀମାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗିରହିଛି । ଅବଶ୍ୟ କୂଟନୈତିକ ଆଲୋଚନା ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିଛି । ହେଲେ ଚୀନକୁ କୌଣସି ଦେଶ ବିଶ୍ବାସ କରିପାରୁନାହାନ୍ତି ।
କଥା ହେଲା, ଭାରତ ସୀମାର ହଜାର ହଜାର କିଲୋମିଟର ଚୀନ ସହ ଯୋଡି ହୋଇ ରହିଛି । ତେଣୁ ସୀମାକୁ ସୁରକ୍ଷା ଦେବା ଭାରତ ଲାଗି ଏକ ବଡ଼ ଚ୍ୟାଲେଞ୍ଜ। ଯେହେତୁ ଏଲଏସି ସମୁଦ୍ର ପତ୍ତନରୁ ବହୁ ଉଚ୍ଚରେ ରହିଛି, ତେଣୁ ସେଠାରେ ଭାରତୀୟ ଯବାନ ପ୍ରହାର ଦେବା ଆଦୌ ସହଜ ନୁହେଁ । ଖାଲି ଏତିକି ନୁହେଁ ବରଂ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସଙ୍ଗେ ସଙ୍ଗେ ଏଲଏସିରେ ପହଞ୍ଚିବା ସହଜ ନୁହେଁ । ତେଣୁ ଏଲଏସିକୁ ଯେଉଁ ପରି ଭାବରେ ରାସ୍ତା ତିଆରି କଲା ଇଣ୍ଡିଆ ଏବଂ ଏହାର ଟେର ପାଇଲା ନାହିଁ ଚୀନ ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।
ଭାରତ ନିଜ ସୀମାରେ ରାସ୍ତା ନିର୍ମାଣ କରିବା ପରେ ଏବେ ଚୀନ ଓ ପାକିସ୍ତାନ ଚିନ୍ତାରେ ଅଛନ୍ତି । କାରଣ ବିଷମ ପରିସ୍ଥିତିର ମୁକାବିଲା କରିବା ଲାଗି ଭାରତ ନିଜ ସୀମାକୁ ସଶକ୍ତ କରିବାରେ ଲାଗିଛି । ଯାହାର ନେତୃତ୍ବ ନେଉଛି ବିଆଇରଓ । ବିଗତ ୪ ବର୍ଷ ଭିତରେ ବିଆରଓ ୧୨ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳରେ ପାଖାପାଖି ୪୦୫ ଇନଫ୍ରାଷ୍ଟକଚର ପ୍ରୋଜେକ୍ଚ ନିର୍ମାଣ କରିବାରେ ସଫଳ ହୋଇଛି । ଯାହା ମଧ୍ୟରେ ବ୍ରିଜ୍, ଟନେଲ୍ ଓ ହେଲିପ୍ୟାଡ ସାମିଲ ଅଛି । ସୂଚନା ଅନୁସାରେ, ସୀମାରେ ନିର୍ମାଣ କରାଯାଉଥିବା ବ୍ରିଜ୍ ଗୁଡ଼ିକ ଏମିତି ତିଆରି କରାଯାଉଛି ଯେମିତିକି ୭୦ ଟନ୍ ଟ୍ୟାଙ୍କର ଏଥିରେ ଗଲେ ବି କୌଣସି କ୍ଷତି ହେବ ନାହିଁ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/03/caz0WU6IfdkMCgAB6gK0.jpg)