କାଶ୍ମୀରରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଆରମ୍ଭ ହେଲା

ଶ୍ରୀନଗର : ଧାରା ୩୭୦ ଉଚ୍ଛେଦ ହେବାର ଦୀର୍ଘ ୭ ମାସ ପରେ ଜମ୍ମୁ କାଶ୍ମୀର ପ୍ରଶାସନ କାଶ୍ମୀରରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ଆରମ୍ଭ କରିଛନ୍ତି। ପୂର୍ବରୁ ଏହି ସେବା କେବଳ ସରକାରୀ ଅଧିକାରୀଙ୍କ ପାଇଁ ଉପଲବ୍ଧ ଥିଲା। ଗତକାଲି ସୋସିଆଲ ମିଡିଆ ଉପରୁ କଟକଣା ହଟିବା ପରେ ଆଜି ବ୍ରଡବ୍ୟାଣ୍ଡ୍‌ ସେବା ଆରମ୍ଭ ହେବା ଦ୍ବାରା ଅନେକ ଲୋକ ଆଶ୍ବସ୍ତ ହୋଇଛନ୍ତି। ଜମ୍ମୁ କାଶ୍ମୀର ଗୃହ ବିଭାଗ ଦ୍ବାରା ସ୍ଥିତି ଯାଞ୍ଚ ପରେ ଏହି ନିଷ୍ପତ୍ତି ନିଆ‌ଯ‌ାଇଛି।

ସମ୍ବନ୍ଧିତ ଖବର