ଅହମ୍ମଦାବାଦରେ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବେ ଟ୍ରମ୍ପ, ବ୍ରୋକଲୀ ସିଙ୍ଗଡ଼ା ସହ ରହିବ ଅନେକ ଗୁଜୁରାଟୀ ଖାଦ୍ୟ

ଅହମ୍ମଦାବାଦ୍: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ। ଦୁହିଁଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେ‌ଳେ ଅହମ୍ମଦାବାଦରେ ଦୁହେଁ ଶୁଦ୍ଧ ଶାକାହାରୀ ଖାଦ୍ୟ ଖାଇବେ ବୋଲି ଜଣା ପଡ଼ିଛି। କିଛି ସମୟ ପାଇଁ ଟ୍ରମ୍ପ ଦମ୍ପତ୍ତି ଅହମ୍ମଦାବାଦରେ ରହିବାକୁ ଥିବା ବେଳେ ଏହି କିଛି ସମୟ ମଧ୍ୟରେ ଦୁହେଁ ଗୁଜୁରାଟୀ ଖାଇବାର ମଜା ଉଠାଇବେ। ଫରଚ୍ୟୁନ୍ ଲ୍ୟାଣ୍ଡମାର୍କ ହୋଟେଲର ସେଫ୍ ସୁରେଶ ଖନ୍ନା ସେମାନଙ୍କ ପାଇଁ ଗୁଜୁରାଟୀ ଖାଇବା ପ୍ରସ୍ତୁତ କରିବେ ବୋଲି ଜଣା ପଡ଼ିଛି।

Image result for Broccoli Samosa, Khaman, Multi-Grain Rotis On Trumps' Menu In Ahmedabad
India Today

ସେଫ୍ ସୁରେଶ ଖନ୍ନାଙ୍କ କହିବା ମୁତାବକ, କାଲି ହେଉଛି ଏକ ବଡ଼ ଦିନ। ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ଆମ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। କିଛି ସମୟର ଅହମ୍ମଦାବାଦ ଗସ୍ତ ସମୟରେ ଆମେ ତାଙ୍କୁ ଗୁଜୁରାଟୀ ଖାଦ୍ୟର ସ୍ବାଦ ଚଖାଇବୁ। ଖାଇବା ମେନ୍ୟୁର ପ୍ରସ୍ତୁତି ସରିଥିବା ବେଳେ ସେଥିରେ ଆମେ ରଖିଛୁ, ଖମନ, ବ୍ରୋକଲୀ ସିଙ୍କଡ଼ା, ମହୁ ମିଶା କୁକିଜ୍, ନଡ଼ିଆ ପଣି, ଋଟି, ସ୍ବତନ୍ତ୍ର ଚା’ ଓ ଜଳଖିଆ ଏବଂ ଆଇସ୍ ଟି’। ସବୁ ଖାଇବା ପ୍ରସ୍ତୁତି ହେବା ପରେ ତାକୁ ତଦନ୍ତକାରୀ ଟିମ୍ ଚେକ୍ କରିବେ, ଯାହା ପରେ ଖାଦ୍ୟ ସବୁ ଟ୍ରମ୍ପଙ୍କ ପାଖରେ ଯାଇ ପହଞ୍ଚିବ।

ସମ୍ବନ୍ଧିତ ଖବର