ଭଉଣୀ ଇଶାଙ୍କ ନିର୍ବନ୍ଧରେ ଭାବପ୍ରବଣ ହୋଇପଡ଼ିଲେ ଆକାଶ ଓ ଅନନ୍ତ ଅମ୍ବାନି, କହିଲେ ଏହି ସବୁ କଥା

ନୂଆଦିଲ୍ଲୀ : ସୋମବାର ନିଜର ଦୀର୍ଘ ଦିନର ବନ୍ଧୁଙ୍କ ସହ ନିର୍ବନ୍ଧ କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ଝିଅ ଇଶା । ପିରାମଲ ଏଣ୍ଟରପ୍ରାଇଜେସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦ ପିରାମଲ ତାଙ୍କୁ ବିବାହର ପ୍ରସ୍ତାବ ଦେବା ପରେ ଦୁଇ ପରିବାରର ସହମତିରେ ଏହି ନିର୍ବନ୍ଧ କରାଯାଇଥିଲା । ଅମ୍ବାନି ପରିବାରର ଏହି ଖୁସିରେ ସାମିଲ ହୋଇଥିଲେ ଅନେକ ବଲିଉଡ୍‌ କଳାକାର ।

ପୂର୍ବରୁ ଇଶାଙ୍କ ସହ ମା’ ନୀତା ଅମ୍ବାନିଙ୍କ ନାଚର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ଏବେ ଦୁଇ ଭାଇ ଆକାଶ ଏବଂ ଅନନ୍ତ ଅମ୍ବାନିଙ୍କର ଏକ ଭାବପ୍ରବଣ ଭିଡ଼ିଓ ଭାଇରାଲ ହୋଇଛି । ଯେଉଁ ଭିଡିଓରେ ସେମାନେ ତାଙ୍କ ଭଉଣୀ ଇଶାଙ୍କ ପାଇଁ କିଛି ମିଠା କଥା କହୁଥିବାରୁ ଦେଖିବାକୁ ମିଳିଛି । ନିର୍ବନ୍ଧ ଦିନ ଅନନ୍ତ ଏବଂ ଆକାଶ ଇଶାଙ୍କ ସହ ବିତାଇଥିବା ସମୟ ବିଷୟରେ କହି ଭାବପ୍ରବଣ ହୋଇ ଯାଇଥିଲେ । ତିନି ଭାଇଭଉଣୀଙ୍କ ମଧ୍ୟରେ ଥିବା ସଂପର୍କ ଏବଂ ଏକା ସାଙ୍ଗରେ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇ ଦୁଇ ଭାଇ ବକ୍ତବ୍ୟ ରଖିଥିଲେ, ଏହାକୁ ଶୁଣିବା ପରେ ତିନିଭାଇ ଭଉଣୀ ଭାବୁକ ହୋଇ ପଡ଼ିଥିଲେ ।

ସୂଚନା ମୁତାବକ, ଆକାଶ ଏବଂ ଶ୍ଲୋକାଙ୍କ ବିବାହ ଡ଼ିସେମ୍ବରରେ ହେବ ବୋଲି ସ୍ଥିର କରାଯାଇଥିବା ବେଳେ ଇଶା ଏବଂ ଆନନ୍ଦଙ୍କ ବିବାହ ମଧ୍ୟ ସେହି ଡ଼ିସେମ୍ବରରେ ହେବ ବୋଲି ଜଣାପଡ଼ିଛି । ସବୁଥର ଭଳି ଏଥର ମଧ୍ୟ ଇଶାଙ୍କ ନିର୍ବନ୍ଧ ପରେ ଅମ୍ବାନି ପରିବାର ଏବଂ ପିରାମଲ ପରିବାର ସିଦ୍ଧିବିନାୟକ ମନ୍ଦିର,ଇସ୍କନ ମନ୍ଦର, ଗିର୍‌ଗାଓଁ ଯାଇ ଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର