ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି | ଯେଉଁଠାରେ ସମ୍ମାନ ରକ୍ଷା ପାଇଁ ନିଜ ଝିଅକୁ ପରିବାର ଜନ୍ମକଲା ବାପା ଓ ଭାଇ ହତ୍ୟା କରିଛନ୍ତି | ପୁଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶୁକ୍ରବାର ଦିନ ମୁମ୍ବାଇଠାରୁ ପ୍ରାୟ ୬୦୦ କିଲୋମିଟର ଦୂରରେ ଥିବା ଲିମ୍ବଗାଓଁ ପୁଲିସ ଷ୍ଟେସନ ଅନ୍ତର୍ଗତ ପିମ୍ପ୍ରି ମହିପାଲ ଗ୍ରାମରେ ଜାନୁଆରୀ ୨୨ରେ ଜଣେ ଯୁବତୀଙ୍କୁ ହତ୍ୟା ଘଟଣାରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ହତ୍ୟାର ଶିକାର ହୋଇଥିବା ଯୁବତୀଙ୍କ ନାମ ଶୁଭାଙ୍ଗୀ ଯୋଗଦଣ୍ଡ ହୋଇଥିବାବେଳେ ତାଙ୍କ ପରିବାର ସଦସ୍ୟମାନେ ପ୍ରଥମେ ଏକ ଦଉଡିରେ ଗଳା ଚିପି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ପୋଡିଦେଇଥିଲେ |
ଶେଷରେ ପ୍ରମାଣ ନଷ୍ଟ କରିବାକୁ ଅଧା ପୋଡ଼ିଯାଇଥିବା ମୃତଦେହକୁ ପୋଖରୀରେ ପକାଇ ଦେଇଥିଲେ। ତେବେ ହତ୍ୟାକାଣ୍ଡ ପଛର କାରଣ ବାବଦରେ ପୁଲିସ କହିଛି ଯେ ଶୁଭାଙ୍ଗୀ ବ୍ୟାଚଲର ଅଫ ହୋମିଓପାଥି ମେଡ଼ିସିନ ଆଣ୍ଡ ସର୍ଜରୀର ତୃତୀୟ ବର୍ଷର ଛାତ୍ରୀ ହୋଇଥିବାବେଳେ ତାଙ୍କର ବିବାହ ସ୍ଥିର ହୋଇଥିଲା | କିନ୍ତୁ ସେ ଆଉ ଜଣେ ପୁଅକୁ ଭଲ ପାଉଥିଲେ। ଏବାବଦରେ ଶୁଭାଙ୍ଗୀଙ୍କ ପରିବାର ସଦସ୍ୟ ଜାଣିବା ପରେ ପ୍ରେମିକକୁ ଭୁଲିଯିବା ପାଇଁ ତାଙ୍କୁ କହିଥିଲେ | ତେବେ ଶୁଭାଙ୍ଗୀ ଏଥିରେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିଥିଲେ |
ଶୁଭାଙ୍ଗୀଙ୍କ ବାପା, ଭାଇ, ମାମୁଁ ଏବଂ ସମ୍ପର୍କୀୟ ତାଙ୍କୁ ଜାନୁୟାରୀ ୨୨ ତାରିଖ ରାତିରେ ଦଉଡିରେ ଗଳା ଚିପି ହତ୍ୟା କରିଥିଲେ। ପରେ ତାଙ୍କ ମୃତଦେହକୁ ପୋଡିଦେଇଥିଲେ | ଶେଷରେ ପ୍ରମାଣ ନଷ୍ଟ କରିବାକୁ ଅଧା ପୋଡ଼ିଯାଇଥିବା ମୃତଦେହକୁ ପୋଖରୀରେ ପକାଇ ଦେଇଥିଲେ। ଏବାବଦରେ ତଦନ୍ତ କରି ପୁଲିସ ଧାରା ୩୦୨ (ହତ୍ୟା) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରା ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରିଛି ।