ମୁମ୍ବାଇ: ମୁମ୍ବାଇରୁ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେଟିଭ୍ ଏଜେନ୍ସି’ ଦାଉଦ୍ ଇବ୍ରାହିମ୍ଙ୍କର ଘନିଷ୍ଠ ସହଯୋଗୀ ଛୋଟା ଶକୀଲ୍ଙ୍କର ଭିଣୋଇ ସଲିମ୍ କ୍ୟୁରେଶିଙ୍କୁ ଗିରଫ କରିଛି।
ପଳାତକ ଗ୍ୟାଙ୍ଗ୍ଷ୍ଟର୍ ଦାଉଦ୍ ଇବ୍ରାହିମ୍ଙ୍କ ସହଯୋଗୀମାନଙ୍କୁ ଧରିବା ଲାଗି ଚଳିତ ବର୍ଷ ମେ ମାସରେ ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେଟିଭ୍ ଏଜେନ୍ସି’ ମୁମ୍ବାଇ ଓ ଥାନେ ସମେତ ୨୦ଟି ସ୍ଥାନରେ ଚଢ଼ାଉ କରିବା ପରେ ‘ସଲିମ୍ ଫ୍ରୁଟ୍’ ନାମରେ ସୁପରିଚିତ କ୍ୟୁରେଶିଙ୍କୁ ଅଟକ ରଖିଥିଲା। ଅଟକ ଥିବା କ୍ୟୁରେଶିଙ୍କୁ ‘ଏଜେନ୍ସି’ ବ୍ୟାପକ ଜେରା କରିଥିଲା।
/sambad/media/post_attachments/wp-content/uploads/2022/08/Dawood.jpg) Image Courtesy of Dailyindia.net
 Image Courtesy of Dailyindia.netଏହା ବ୍ୟତିରେକେ, ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେଟିଭ୍ ଏଜେନ୍ସି’ ଦାଉଦ୍ ଇବ୍ରାହିମ୍, ଛୋଟା ଶକୀଲ୍ ଏବଂ ସେମାନଙ୍କର ଅନ୍ତରଙ୍ଗ ସହଯୋଗୀମାନଙ୍କ ନାଁରେ ‘ଏଫ୍ଆଇଆର୍’ ଫାଇଲ୍ କରିଛି।
‘ଏଫ୍ଆଇଆର୍’ରେ ଉଲ୍ଲେଖ ଅଛି ଯେ, ଭାରତରେ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ପାକିସ୍ତାନରେ ଦାଉଦ୍ ଇବ୍ରାହିମ୍ ପାକିସ୍ତାନରେ କରିଥିବା ସ୍ବତନ୍ତ୍ର ୟୁନିଟ୍ ଷଡ଼ଯନ୍ତ୍ର କରୁଛି। ଭାରତରେ ରାଜନୈତିକ ନେତାମାନଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିବା ଲାଗି ଏହି ୟୁନିଟ୍ କାର୍ଯ୍ୟ କରୁଛି।
ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଭାରତରେ ଦଙ୍ଗା ଉଦ୍ରେକ କରିବା ଲାଗି ପାକିସ୍ତାନରେ ଥାଇ ଦାଉଦ୍ ଇବ୍ରାହିମ୍ ଓ ଛୋଟା ଶକୀଲ୍ ଷଡ଼ଯନ୍ତ୍ର କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/qureshi.jpg)
