ଭଉଣୀର ମୃତ୍ୟୁ ପରେ ଭାଇ ଲୁଟିନେଇଗଲା ୧୨ ଲକ୍ଷ ଟଙ୍କାର ସୁନାଗହଣା ଓ ଟଙ୍କା

କାନପୁର: କରୋନାରେ ଭଉଣୀର ମୃତ୍ୟୁ ପରେ ଗହଣା ଲୁଟିନେଲା ଭାଇ | ଆଉ ମୃତ ମହିଳାଙ୍କ ପିଲାମାନେ ଏବାବଦରେ ଅଭିଯୋଗ କରିବା ପରେ ଏ ଲଜ୍ଜ୍ୟାଜନକ ଘଟଣା ବାବଦରେ ଜଣାପଡିଛି | ଉତ୍ତରପ୍ରଦେଶର କାନପୁରରେ ଏମିତି ଏକ ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ମୁମ୍ବାଇରେ ରହୁଥିବା ମହିଳାଜଣକ ନିଜ ଘର ଉତ୍ତରପ୍ରଦେଶର କାନପୁରକୁ ଏପ୍ରିଲ ୨୫ରେ ଆସିଥିଲେ | ସେଠାରେ ରହୁଥିବାବେଳେ ସେ କରୋନା ସଂକ୍ରମିତ ହୋଇଥିଲେ | ଆଉ ମେଡିକାଲରେ ଭର୍ତ୍ତି ହେବା ପୂର୍ବରୁ ନିଜର ସୁନା ଗହଣା ଓ ଟଙ୍କା ନିଜ ଭାଇଙ୍କୁ ଦେଇଥିଲେ |

ଯଦି କିଛି ଘଟିଯାଏ, ତେବେ ମୁମ୍ବାଇରେ ରହୁଥିବା ପିଲାମାନଙ୍କୁ ସେ ସବୁ ଦେଇଦେବାକୁ ଅନୁରୋଧ କରିଥିଲେ | ତେବେ ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି ଯେ ମେଡିକାଲରେ ଭର୍ତ୍ତି ହେବାର କିଛି ଦିନ ପରେ ତାଙ୍କ ମାଙ୍କର ମୃତ୍ୟୁ ହୋଇଯାଇଥିଲା | ଆଉ ମାଙ୍କ ଗହଣା ଓ ଟଙ୍କା ମାଗିବାକୁ ବାରମ୍ବାର ମାମୁଁଙ୍କ ସହ ଯୋଗାଯୋଗ କରିଥିଲେ ବି ସେ ଦେବାକୁ ମନା କରିଦେଇଥିଲେ |

photo-aajtak

ତେଣୁ ଦୁଇ ଭାଇ ଭଉଣୀ ମାମୁଁଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି | ମୃତକଙ୍କ ଝିଅ କହିଛନ୍ତି ଯେ ଯେଉଁ ମାମୁଁଙ୍କୁ ସେମାନେ ଖୁବ ଭରସା କରୁଥିଲେ ସେହି ମାମୁଁ ତାଙ୍କୁ ଧୋକା ଦେଇଛନ୍ତି | ଆଉ ଏନେଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି | ଥାନାରେ ଦିଆଯାଇଥିବା ଅଭିଯୋଗ ମୁତାବକ ମହିଳା ଜଣକ ନିଜର ୧୨ ଲକ୍ଷ ଟଙ୍କାର ସୁନା ଗହଣା ଓ ୨ ଲକ୍ଷ ଟଙ୍କା ଟଙ୍କା ଭାଇଙ୍କୁ ଦେଇଥିଲେ |

ସମ୍ବନ୍ଧିତ ଖବର