ହାଇଦ୍ରାବାଦ୍: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ ଏବଂ ବିଆରଏସ୍ ନେତ୍ରୀ କେ କବିତାଙ୍କୁ ଆଜି ଦ୍ବିତୀୟ ପର୍ଯ୍ୟାୟ ଜେରା କରିବ। ଏହା ପୂର୍ବରୁ ବିଆର୍ଏସ୍ ଏବଂ ବିଜେପି ମଧ୍ୟରେ ହାଇଦ୍ରାବାଦରେ ଏକ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇଯାଇଛି।
Hyderabad,Telangana | BRS-BJP poster war: Ahead of ED questioning MLC K Kavitha now posters have come up in Hyderabad. In the posters BL Santosh, BJP National General Secretary has been shown as a criminal & 'Wanted'. Posters were seen at two different places in Hyderabad (14.3) pic.twitter.com/xxY7rZKlaL
— ANI (@ANI) March 15, 2023
ବିଆର୍ଏସ୍ ଏକ ପୋଷ୍ଟର୍ରେ ବିଜେପିର ଜାତୀୟ ସାଧାରଣ ସଂପାଦକ ବିଏଲ୍ ସନ୍ତୋଷଙ୍କ ଫଟୋ ରଖି ‘ୱାଣ୍ଟେଡ୍’ ବୋଲି ଲେଖିଛି। ହାଇଦ୍ରାବାଦ୍ର ୨ଟି ଭିନ୍ନ ସ୍ଥାନରେ ଏହା ଦେଖିବାକୁ ମିଳିଛି।
not Tide, it’s Raid 👇#ED pic.twitter.com/wpfrGxVvDN
— YSR (@ysathishreddy) March 11, 2023
ସେହିପରି ଅନ୍ୟ କିଛି ସ୍ଥାନରେ ଏପରି ପୋଷ୍ଟର୍ ଲଗାଯାଇଛି ଯେଉଁଠାରେ ବିଜେପିର ତୁଳନା ଡିଟରଜେଣ୍ଟ୍ ପାଉଡର୍ ସହ କରାଯାଇଛି। ଉକ୍ତ ପୋଷ୍ଟର୍ରେ ସେହି ନେତାମାନଙ୍କ ନାମ ଲେଖାଯାଇଛି ଯେଉଁମାନେ ଅନ୍ୟ ଦଳରୁ ଯାଇ ବିଜେପିରେ ମିଶିଛନ୍ତି। ପୋଷ୍ଟ୍ରେ ଏପରି ପ୍ରାୟ ୮ ଜଣ ନେତାଙ୍କ ନାମ ଉଲ୍ଲେଖ କରାଯାଇଛି। ଏଥିସହ ଲେଖାଯାଇଛି କି ଅସଲ ରଙ୍ଗ କେବେ ଫିକା ପଡ଼େ ନାହିଁ।