ମୁମ୍ବାଇ: ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସାଇ ନିକଟସ୍ଥ ନାଇଗାଓଁରେ ଚାଲିଥିବା ବେଶ୍ୟାବୃତ୍ତି ରୢାକେଟ୍ କବଳରୁ ଘରୁ ପଳାଇ ଆସିଥିବା ବାଂଲାଦେଶର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଜୁଲାଇ ୨୬ ତାରିଖରେ ମିରା-ଭାୟନ୍ଦର ବସାଇ-ବିରାର (ଏମ୍ବିଭିଭି) ପୁଲିସର ଆଣ୍ଟି-ହ୍ୟୁମାନ ଟ୍ରାଫିକିଂ ୟୁନିଟ୍ ସହ କାମ କରୁଥିବା ଏନ୍ଜିଓ ଏକ୍ସୋଡସ୍ ରୋଡ୍ ଇଣ୍ଡିଆ ଫାଉଣ୍ଡେସନ ଓ ହାର୍ମୋନି ଫାଉଣ୍ଡେସନର ମିଳିତ ଅପରେସନ ସମୟରେ ଏହି ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି।
ନାବାଳିକା ଜଣକ ଏକ ରିମାଣ୍ଡ ହୋମ୍ରେ ପ୍ରକାଶ କରିଛନ୍ତି ଯେ, ତାଙ୍କୁ ଗୁଜରାଟର ନଦିଆଦକୁ ନିଆଯାଇଥିଲା, ଯେଉଁଠାରେ ମାତ୍ର ୩ ମାସ ମଧ୍ୟରେ ୨୦୦ରୁ ଅଧିକ ଲୋକ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ହାର୍ମୋନି ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଆବ୍ରାହମ ମାଥାଇ ଗଭୀର ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ, କିଶୋର ବୟସରେ ମଧ୍ୟ ଦେହ ବ୍ୟବସାୟର ଦଲାଲମାନଙ୍କ ଦ୍ବାରା ନାବାଳିକାଙ୍କୁ ଟାର୍ଗେଟ୍ କରାଯିବା ଅତି ସାଂଘାତିକ। ଛାତ୍ରୀ ଜଣକ ସ୍କୁଲରେ ଗୋଟିଏ ବିଷୟରେ ଫେଲ୍ ହୋଇଥିବାରୁ ବାପାମା’ଙ୍କ ଭୟରେ ଜଣେ ପରିଚିତ ମହିଳାଙ୍କ ସହ ଘରୁ ପଳାଇଯିବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ ତାଙ୍କୁ ଭାରତରେ ପ୍ରବେଶ କରାଇ ଦେହ ବ୍ୟବସାୟକୁ ଠେଲି ଦେଇଥିଲେ ବୋଲି ମାଥାଇ କହିଛନ୍ତି। ରିପୋର୍ଟ ଅନୁଯାୟୀ, ନାବାଳିକାକୁ ବେଆଇନ ଭାବେ ସୀମା ପାର କରି କୋଲକାତା ଚାଲାଣ କରାଯାଇଥିଲା, ଯେଉଁଠାରେ ନକଲି ଆଧାର କାର୍ଡ ତିଆରି କରାଯାଇଥିଲା। ଏହାପରେ ତାଙ୍କୁ ମୁମ୍ବାଇ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ନାଇଗାଓଁରେ ବନ୍ଦୀ କରି ରଖାଯାଇଥିଲା। ନାଇଗାଓଁରେ ସେ ଜଣେ ବୃଦ୍ଧ ଓ ତାଙ୍କ ପତ୍ନୀଙ୍କ ସହ ୭ରୁ ୮ ଜଣ ଝିଅଙ୍କ ସହ ରହୁଥିଲେ। ଦିନେ ବୃଦ୍ଧ ଜଣକ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇ ଦୁଷ୍କର୍ମ କରିଥିଲେ ଏବଂ ସେବେଠାରୁ ତାଙ୍କ ବିନା ସମ୍ମତିରେ ତାଙ୍କୁ ଅନେକ ଅଜଣା ଗ୍ରାହକଙ୍କୁ ଅଫର୍ ଦିଆଯାଇଥିଲା ବୋଲି ହାର୍ମୋନି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।
୧୨ ବର୍ଷୀୟା ବାଂଲାଦେଶୀ ନାବାଳିକାଙ୍କ ପ୍ରତି ବର୍ବରତା
ମହାରାଷ୍ଟ୍ର ପାଲଘର ଜିଲ୍ଲାର ବସାଇ ନିକଟସ୍ଥ ନାଇଗାଓଁରେ ଚାଲିଥିବା ବେଶ୍ୟାବୃତ୍ତି ରୢାକେଟ୍ କବଳରୁ ଘରୁ ପଳାଇ ଆସିଥିବା ବାଂଲାଦେଶର ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ଜୁଲାଇ ୨୬ ତାରିଖରେ...
/sambad/media/media_files/2025/08/13/untitled-9-2025-08-13-06-15-31.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)