ଦଣ୍ଡ ଦେବାକୁ କୁନି ଝିଅକୁ ତାତିଥିବା ଛାତ ଉପରେ ଶୁଆଇଦେଲା ମା

ନୂଆଦିଲ୍ଲୀ: ସ୍କୁଲ ହୋମୱାର୍କ କରିନଥିବାରୁ ଛୁଆକୁ ଦଣ୍ଡ ଦେଲା ମା | ଆଉ ଦଣ୍ଡ ବାବଦରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ | ପ୍ରଚଣ୍ଡ ତାତିରେ ଛୁଆକୁ ବାନ୍ଧି ମା’ଜଣକ ଛାତ ଉପରେ ଶୁଆଇଦେଇଥିଲେ | ଛାତ ତାତି ଦାଉ ଦାଉ ହେଉଥିବାବେଳେ ଛୁଆଟି ଉଦ୍ଧାର କରିବାକୁ କାକୁତିମିନତି ହୋଇଥିଲା | ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି |

ଏକ ପରିବାର ଅନ୍ୟ କୌଣସି ବ୍ୟକ୍ତିଙ୍କ ସହିତ ନୁହେଁ ବରଂ ନିଜ ସନ୍ତାନ ସହିତ ଏହି କାର୍ଯ୍ୟ କରିଛନ୍ତି | କୁନି ଝିଅଟିର ଏକମାତ୍ର ଦୋଷ ହେଉଛି ସେ ହୋମୱାର୍କ କରିନଥିଲା | ଏଥିରେ ରାଗିଯାଇ ଝିଅଟିର ମା’ ଏଭଳି କ୍ରୁର ହୋଇଯାଇଥିଲେ | ୬ବର୍ଷର ଝିଅଟିକୁ ମା ଜଣକ ହାତ ଓ ଗୋଡ଼କୁ ବାନ୍ଧି ପ୍ରଚଣ୍ଡ ଖରାରେ ଛାତ ଉପରେ ଛାଡ଼ିଦେଇଥିଲେ | ଝିଅଟି ଯେତେ କାନ୍ଦିଥିଲେ ବି ମା’ର ହୃଦୟ ତରଳିନଥିଲା | ତେବେ କେହି ଜଣେ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଦେଇଥିଲେ ଏବଂ ଏହି ଘଟଣାର ଭିଡିଓ ଭାଇରାଲ ହୋଇଯାଇଥିଲା |

 

ଏହି ଘଟଣା ପୁଲିସର ନଜରକୁ ଆସିବା ପରେ ପୁଲିସ ଅନୁସନ୍ଧାନ କରିଥିଲା | ଘଟଣାଟି ଜୁନ୍ ୨ରେ ଘଟିଥିବାର କୁହାଯାଉଛି। ଦିଲ୍ଲୀ ପୁଲିସ କହିଛି ଯେ ଝିଅର ମାଆ କହିଛନ୍ତି ଯେ ହୋମୱାର୍କ କରିନଥିବାରୁ ସେ କିଛି ସମୟ ପାଇଁ ଏଭଳି ଶାସ୍ତି ଦେଇଥିଲେ | କୁନି ଝିଅଟି ବର୍ତ୍ତମାନ ସୁସ୍ଥ ଅଛି | କିନ୍ତୁ ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର