କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ୍‌ ୟେଦ୍ଦ୍ୟୁରପ୍ପା

ନୂଆଦିଲ୍ଲୀ: ଗୁରୁବାର ପୂର୍ବାହ୍ନ ୯ ଘଟିକା ସମୟରେ କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ବିଏସ୍‌ ୟେଦ୍ଦ୍ୟୁରପ୍ପାଙ୍କୁ ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ୟେଦ୍ଦ୍ୟୁରପ୍ପା କନ୍ନଡ଼ ଭାଷାରେ ଶପଥ ଗ୍ରହଣ କରିଛନ୍ତି।

ଏଥରକୁ ମିଶାଇ ୟେଦ୍ଦ୍ୟୁରପ୍ପା ତୃତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାର ଗ୍ରହଣ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ତାଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ଏହା ପରେ ଅନ୍ୟାନ୍ୟ ମନ୍ତ୍ରୀ ଶପଥ ଗ୍ରହଣ କରିବେ ଏବଂ ସେଠାରେ ବିଜେପି ସରକାର ଚାଲିବ।

ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଜେପି ନାଡ୍ଡା, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରକାଶ ଜାେଓ୍ଵଡ଼େକର ବେଙ୍ଗାଲୁରୁ ରାଜଭବନରେ ଉପସ୍ଥିତ ଥିଲେ।
ରାଜଭବନ ବାହାରେ ବିଜେପି କର୍ମୀମାନେ ‘ବନ୍ଦେ ମାତରଂ ଏବଂ ମୋଦି, ମୋଦି’ ଆଦି ସ୍ଲୋଗାନ୍‌ ଦେଇଥିଲେ। ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସମ୍ଭାବନା ଥିବାରୁ ରାଜଭବନ ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର