ବିହାରରେ ଏକାକୀଲଢ଼ିବ ବସପା

ପାଟନା: ଆଗାମୀ ନିର୍ବାଚନ ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ବିରୋଧରେ ବିହାରରେ ସମ୍ଭାବ୍ୟ ମହାମେଣ୍ଟରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବସପା) ସାମିଲ ନହୋଇ ଏକାକୀ ଲଢ଼ିବ ବୋଲି ସୂଚନା ମିଳିଛି। ବିହାରରେ ସବୁ ଆସନରେ ଲଢ଼ିବା ପାଇଁ ଦଳର ସୁପ୍ରିମୋ ମାୟାବତୀ କୁଆଡ଼େ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ କରିଛନ୍ତି ବୋଲି ବସପାର ବିହାର ଦାୟିତ୍ବରେ ଥିବା ଲାଲଜି ମେଧକର କହିଛନ୍ତି। ଉତ୍ତରପ୍ରଦେଶର ସୀମାକୁ ଲାଗିଥିବା ବିହାରର ଗୋପାଳଗଞ୍ଜ, କୈମୁର ଏବଂ ରୋହତାସ ଅଞ୍ଚଳରେ ବସପାର ଦବଦବା ରହିଥିବା ବେଳେ ମହାମେଣ୍ଟ ହେଲେ ବସପାକୁ ବିହାରରେ ଗୋଟିଏରୁ ଦୁଇଟି ଆସନ ଛାଡ଼ିବାକୁ ତେଜସ୍ବୀ ଯାଦବ ଯୋଜନା କରିଥିଲେ। ତେବେ ମାୟାବତୀଙ୍କ ସଦ୍ୟ ଆଭିମୁଖ୍ୟ ତେଜସ୍ବୀଙ୍କ ମହାମେଣ୍ଟକୁ ନିରାଶ କରିଛି।

ସମ୍ବନ୍ଧିତ ଖବର