ଏଲ୍‌ଓସିରେ ଶାନ୍ତି ସ୍ଥାପନ ପ୍ରୟାସ: ବିଏସ୍‌ଏଫ-ପାକ୍‌ ରେଞ୍ଜର୍ସ ଆଲୋଚନା

ଜମ୍ମୁ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମାରେ ଶାନ୍ତି ସ୍ଥାପନ ଉଦ୍ଦେଶ୍ୟରେ ଆଜି ଜମ୍ମୁ-କଶ୍ମୀର ସୁଚେତଗଡ଼ଠାରେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଓ ପାକ୍‌ ରେଞ୍ଜର୍ସଙ୍କ ମଧ୍ୟରେ ସେକ୍ଟରସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଏସ୍‌ଏଫ୍‌ର ୯ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଥିବା ବେଳେ ପାକ୍‌ ରେଞ୍ଜର୍ସ ପକ୍ଷରୁ ୧୧ ଜଣ ଅଧିକାରୀ ଯୋଗ ଦେଇଥିଲେ। ସୀମାର ଉଭୟ ପାର୍ଶ୍ୱରେ କିଭଳି ଭାବେ ଶାନ୍ତି ଓ ସଦ୍‌ଭାବନା ବଜାୟ ରହିପାରିବ ସେ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହୋଇଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଗତମାସ ୨୫ ତାରିଖଠାରୁ ସୀମାରେ ସ୍ଥିରତା ଜାରି ରହିବା ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଦୁଇ ଥର ଆଲୋଚନା ହୋଇସାରିଲାଣି। ମାତ୍ର କୌଣସି ସୁଫଳ ମିଳିପାରିନାହିଁ। ଚଳିତବର୍ଷ ଆରମ୍ଭରୁ ପାକ୍‌ ସେନା ସୀମାରେ ନିୟମିତ ଅସ୍ତ୍ର ବିରତି ଉଲ୍ଲଂଘନ ଜାରି ରଖିଥିବା ବେଳେ ଭାରତୀୟ ସେନା ମଧ୍ୟ ଏହାର କଡ଼ା ଜବାବ ଦେଉଛି।

ସମ୍ବନ୍ଧିତ ଖବର