ପାକ ସେନାର ଅତ୍ୟାଚାର ସହିନପାରି ଭାରତୀୟ ସୀମା ଭିତରକୁ ପଳାଇ ଆସିଲା ପୂର୍ବତନ ପାକ ସୈନିକ, ଗିରଫ କଲା ବିଏସଏଫ

ଜାମ୍ମୁ : ଭାରତୀୟ ସୀମା ଭିତରକୁ ପଶିଆସିଥିବା ଜଣେ ପୂର୍ବତନ-ପାକିସ୍ତାନୀ ସୈନିକଙ୍କୁ ଭାରତର ସୀମା ସୁରକ୍ଷା ବଳ ( ବିଏସଏଫ) ଗିରଫ କରିଛି । ଭାରତୀୟ ସୀମା ଭିତରେ ସେ ସଂଦିଗ୍ଧ ଅବସ୍ଥାରେ ବୁଲୁଥିବାବେଳେ ତାଙ୍କୁ ଗିରଫ କରାଯାଇଥିଲା । ମହମ୍ମଦ ଅଫଜଲ ନାମକ ଏହି ପୂର୍ବତନ ପାକ ସୈନିକଙ୍କୁ ବୁଧବାର ରାତି ସାମ୍ବା ସେକ୍ଟରର ବେଙ୍ଗଲାର ଅଞ୍ଚଳରୁ ଗିରଫ କରାଯାଇଥିଲା । ତେବେ ପଚରାଉଚୁରା ବେଳେ ଏହି ପାକିସ୍ତାନୀ ଯବାନ କହିଛି ଯେ ସେ ପାକ ସେନାର ଅତାଚାରରେ ଅତିଷ୍ଠ ହୋଇ ସୀମା ଏପାରିକୁ ପଳାଇଆସିଛି । ପାକ ସେନାରେ ୯ ବର୍ଷ କାମ କରିବା ପରେ ସେ ସ୍ୱେଚ୍ଛାକୃତ ଅବସର ନେବାକୁ ଚାହିଁବାରୁ ତାଙ୍କ ଉପରେ ମାନସିକ ଓ ଶାରିରୀକ ଅତ୍ୟାତାର କରାଯାଇଥିଲା ।

ବିଏସଏଫର ଜଣେ ଅଧିକାରୀ କହିଛନ୍ତି ଯେ ତା ନିକଟରୁ କୌଣସି ସଂଦିଗ୍ଧ ପଦାର୍ଥ ଜବତ ହୋଇନାହିଁ । ବିଏସଏଫ ଯବାନମାନେ ପ୍ରଥମେ ତାକୁ ପାଗଳ ବୋଲି ଭାବିଥିଲେ । ତେବେ ପରେ ସେ ଜଣେ ପୂର୍ବତନ ସୈନିକ ବୋଲି ଜଣାପଡିଛି । ତାକୁ ଅଧିକ ପଚରାଉଚୁରା ଚାଲିଛି ।

ସମ୍ବନ୍ଧିତ ଖବର