କୋଲକାତା : ବାଂଲାଦେଶରେ ୟୁନୁସଙ୍କ କାମଚଳା ସରକାର ଆସିବା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଛି । ନିଜେ ୟୁନିସ ବାରମ୍ବାର ଭାରତକୁ ଉସୁକାଇବାଭଳି ବୟାନ ଦେଉଛନ୍ତି । ଏବେ ଏପରି ଏକ ଘଟଣା ଘଟିଛି ଯାହା ସ୍ଥିତିକୁ ଆହୁରି ଜଟିଳ କରିଛି । ବାଂଲାଦେଶର ସୀମାନ୍ତବର୍ତ୍ତି ଗାଁରେ କେତେକ ଲୋକ ଭାରତର ଜଣେ ବିଏସଏଫ ଯବାନଙ୍କୁ ଅପହରଣ କରିନେଇ ନିର୍ଯ୍ୟାତନା ଦେଇଛନ୍ତି । ସେ ହେଉଛନ୍ତି ୭୧ ବାଟାଲିୟନର ଶ୍ରୀ ଗଣେଶ । ପରେ ବିଏସଏଫ ଓ ବାଂଲାଦେଶର ସୀମା ସୁରକ୍ଷା ବାହିନୀ ବିଜିବି ମଧ୍ୟରେ ଫ୍ଲାଗ ମିଟିଂ ହୋଇ ଯବାନଙ୍କୁ ଫେରାଇ ଅଣାଯାଇଛି ।
ବିଏସଏଫ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବାଂଲାଦେଶର ଚେନପାଇ-ନଓ୍ବାବଗଞ୍ଜ ଜିଲ୍ଲାର ସତ୍ରସିଆ ଗାଁର ଲୋକମାନେ ଏହି ଅପହରଣ କରିଥିଲେ । କେତେକ ସୂଚନା ଅନୁସାରେ ସେମାନେ ଯବାନଙ୍କୁ ଏକ କଦଳୀ ଗଛରେ ବାନ୍ଧି ନିର୍ଯ୍ୟାତନା ଦେଇଥିଲେ । ତେବେ ନିର୍ଯ୍ୟାତନା ଖବରକୁ ବିଏସଏଫ ଅସ୍ବୀକାର କରିଛି ।
ଜଣେ ବିଏସଏଫ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଅପହରଣ କରିଥିବା ଲୋକମାନେ ଚୋରାଚାଲାଣକାରୀ ଓ ଅପରାଧୀ ଶ୍ରେଣୀର ବୋଲି ଜଣାପଡ଼ିଛି । ସେମାନଙ୍କୁ ଗାଁ ବାଲା ଭାବି ବିଏସଏଫ ଯବାନ ଜଣକ ସେମାନଙ୍କ ନିକଟକୁ ଆସି କଥାବାର୍ତ୍ତା କରୁଥିଲେ, କିନ୍ତୁ ଏହାର ସୁଯୋଗ ନେଇ ସେମାନେ ତାଙ୍କୁ ଅପହରଣ କରିଥିଲେ ।

/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/05/lQhBm2AHF4FeuMwiuTY8.jpg)