ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଛି। । ଏଭଳି ସମୟରେ ଫିରୋଜପୁରର ଭାରତ-ପାକିସ୍ତାନ ସୀମାରେ ଜଣେ ବିଏସଏଫ ଯବାନ ଭୁଲବଶତଃ ସୀମା ଅତିକ୍ରମ କରି ପାକିସ୍ତାନରେ ପହଞ୍ଚି ଯାଇଥିଲେ। ଏହି ଘଟଣା ପରେ ପାକିସ୍ତାନୀ ରେଞ୍ଜର୍ସମାନେ ତାଙ୍କୁ ଉଠାଇ ନେଇଥିବା ସୂଚନା ରହିଛି।
ରିପୋର୍ଟ ଅନୁଯାୟୀ,ପାକିସ୍ତାନୀ ରେଞ୍ଜର୍ସମାନେ ଉଠାଇ ନେଇଥିବା ବିଏସଏଫ ଯବାନ ଜଣକ ଫସଲ ଅମଳ କରୁଥିବା ଚାଷୀମାନଙ୍କ ଉପରେ ନଜର ରଖିବା ପାଇଁ ଯାଇଥିଲେ। ଏହି ସମୟରେ ସେ ଭୁଲବଶତଃ ପାକ ସୀମା ଅତିକ୍ରମ କରିବାରୁ ରେଞ୍ଜର୍ସମାନେ ତାଙ୍କୁ ଘଟଣାସ୍ଥଳରୁ ଉଠାଇ ହେପାଜତକୁ ନେଇଯାଇଛନ୍ତି।
ଏହି ଘଟଣା ପରେ ବିଏସଏଫ ଅଧିକାରୀମାନେ ସୀମାରେ ପହଞ୍ଚି ସାରିଛନ୍ତି ଏବଂ ସୈନିକଙ୍କୁ ମୁକ୍ତ କରିବା ପାଇଁ ସୀମାରେ ପାକ୍ ରେଞ୍ଜର୍ସଙ୍କ ସହ ଆଲୋଚନା କରିଛନ୍ତି।
ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଜିରୋ ଲାଇନ ପୂର୍ବରୁ ଏହି ଅଞ୍ଚଳରେ ଚାଷୀମାନଙ୍କୁ ଚାଷ କରିବାର ଅନୁମତି ଦିଆଯାଇଛି। ଏହା ସତ୍ତ୍ବେ ବି ବିଏସଏଫ ଯବାନମାନେ ଫସଲ ବୁଣା ଏବଂ ଅମଳ ସମୟରେ ସୁରକ୍ଷା ଦୃଷ୍ଟିରୁ ଚାଷୀଙ୍କ ସହିତ ରହିଥାଆନ୍ତି। ବିଏସଏଫ ଯବାନଙ୍କୁ ଚାଷୀଙ୍କ ରକ୍ଷକ ମଧ୍ୟ କୁହାଯାଏ।