ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବାରାଣାସୀରୁ ନିର୍ବାଚନ ଲଢ଼ିବେ ପୂର୍ବତନ ବିଏସଏଫ୍ ଯବାନ ତେଜ ବାହାଦୁର ଯାଦବ। ହରିୟାଣାରା ରେୱାଡି ବାସିନ୍ଦା ତେଜ ବାହାଦୁର ଯାଦବ ସେନାକୁ ଖରାପ୍ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପଲୋଡ୍ କରିଥିଲେ। ଏହି ଭିଡିଓକୁ ନେଇ ଅନେକ ତର୍କ ବିତର୍କ ଲାଗି ରହିବାପରେ ତେଜ ବାହାଦୁରଙ୍କୁ ବିଏସଏଫ୍ରୁ ହଟାଇ ଦିଆଯାଇଥିଲା। ତେବେ ଏଥର ମୋଦୀଙ୍କ ସହ ବାରଣାସୀରେ ମୁହାଁମୁହିଁ ହେବେ ଏହି ପୂର୍ବତନ ବିଏସଏଫ୍ ଯବାନ। ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ସେ ବାରଣାସୀରୁ ନିର୍ବାଚନ ଲଢ଼ିବେ। ଯାଦବଙ୍କ କହିବା ଅନୁଯାୟୀ ନିର୍ବାଚନ ଜିତିବା ଆଶାରେ ସେ ଏହି ନିର୍ବାଚନ ଲଢ଼ୁନାହାନ୍ତି ବରଂ ସରକାର କିଭଳି ସେନାକୁ ବିଫଳ କରିଛନ୍ତି ସେ ବାବଦରେ ସେ ସମସ୍ତଙ୍କୁ ଜଣାଇବେ। ମୋଦୀ ଯବାନଙ୍କ ନାଁରେ ଭୋଟ୍ ନେଉଛନ୍ତି କିନ୍ତୁ ବାସ୍ତବରେ ଯବାନମାନଙ୍କ ପାଇଁ ମୋଦୀ କିଛି କରୁନାହାନ୍ତି।
ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବହିଷ୍କୃତ ବିଏସ୍ଏଫ୍ ଯବାନ
/sambad/media/post_attachments/wp-content/uploads/2019/03/modi_2924256b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)