ବାଂଲାଦେଶୀ ଯବାନଙ୍କ ଗୁଳିରେ ବିଏସଏଫ ଯବାନ ସହିଦ

ନୂଆଦିଲ୍ଲୀ : ଭାରତର ପଶ୍ଚିମ ସୀମାରେ ଥିବା ଭାରତ ପାକିସ୍ତାନ ସୀମାରେ ଦୁଇ ପକ୍ଷଙ୍କ ମଧ୍ୟରେ ଗୁଳିବିନିୟମ ହେବା ଏକ ସାଧାରଣ କଥା । କିନ୍ତୁ ପୂର୍ବରେ ଥିବା ବାଂଲା ସୀମାରେ ଗୁଳିବିନିମୟ ହେବା ବିରଳ । କିନ୍ତୁ ଆଜି ଏପରି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ବାଂଲାଦେଶର ସୀମା ସୁରକ୍ଷା ବାହିନୀ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଗୁଳିରେ ଭାରତର ସୀମା ସୁରକ୍ଷା ବାହିନୀ(ବିଏସଏଫ)ର ଜଣେ ଯବାନ ସହିଦ ହୋଇଛନ୍ତି । ଅନ୍ୟ ଜଣେ ଯବାନ ଆହତ ହୋଇଛନ୍ତି ।

ସହିଦ ଯବାନଙ୍କ ନାଁ ହେଉଛି ହେଡ କନଷ୍ଟେବଲ ବିଜୟ ଭାନ ସିଂ । ତାଙ୍କୁ ଗୁଳି କରିଥିବା ବିଜିବି ଯବାନଙ୍କ ନାଁ ହେଉଛି ସୟଦ । ମିଳିଥିବା ସୂଚନା ମୁତାବକ ଏହି ବିଜିବି ଦ୍ୱାରା ଗିରଫ ହୋଇଥିବା ୩ ଜଣ ଭାରତୀୟ ମତ୍ସଜୀବିଙ୍କୁ ମୁକ୍ତ କରିବା ଲାଗି ଡକାଯାଇଥିବା ଏକ ଫ୍ଲାଗ ମିଟିଂରୁ ଫେରୁଥିଲେ ବିଏସଏଫର ଏକ ୬ ଜଣିଆ ଦଳ । ପଛରୁ ହିଁ ବିଜିବି ଯବାନ ଗୁଳି କରିବାରୁ ଘଟଣା ସ୍ଥଳରେ ସିଂଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ସଂପର୍କରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର