ପ୍ରଧାନମନ୍ତ୍ରୀଙ୍କ ନାମ ପୂର୍ବରୁ ‘ଶ୍ରୀ’ ନ କହି ସାତ ଦିନର ଦରମା ହରାଇଲେ ବିଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଧରିବା ପୂର୍ବରୁ ‘ଶ୍ରୀ’ ନ କହିଥିବା କାରଣୁ ଜଣେ ବିଏସ୍‌ଏପ୍‌ ଯବାନଙ୍କ ପ୍ରତି ଗୋଟାଏ ବିଚିତ୍ର ଦଣ୍ଡାଦେଶ ହୋଇଛି। ଏହି ତ୍ରୁଟି ପ୍ରଧାନମନ୍ତ୍ରୀଙ୍କୁ ଅସମ୍ମାନ କରିଛି ବୋଲି ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ଫଳରେ ତାଙ୍କର ବେତନରୁ ୭ ଦିନର ପ୍ରାପ୍ୟ କାଟି ଦିଆଯାଇଛି।

ପଶ୍ଚିମବଙ୍ଗର ନଦିଆ ଅନ୍ତର୍ଗତ ମହତପୁରସ୍ଥିତ ବିଏସ୍‌ଏଫ୍‌ର ୧୫ ବାଟାଲିୟନ୍‌ ମୁଖ୍ୟାଳୟରେ ଘଟଣାଟି ଘଟିଛି। ଯବାନମାନଙ୍କର ଦୈନନ୍ଦିନ କାର୍ଯ୍ୟକଳାପ ତଥା ନିୟମିତ ବ୍ୟାୟାମ ‘ଜିରୋ ପରେଡ୍‌’ ବେଳେ ଏ ଭଳି ହୋଇଥିବା ପ୍ରକାଶ।

ପରେଡ୍‌ ବେଳେ ଗୋଟାଏ ରିପୋର୍ଟ ଦେବା ବେଳେ କନେଷ୍ଟବଳ ସଂଜୀବ କୁମାର କହିଲେ ‘ମୋଦି ପ୍ରୋଗ୍ରାମ୍‌’।

ବାଟାଲିୟାନ୍‌ର କମାଣ୍ଡିଙ୍ଗ୍‌ ଅଫିସର୍‌, କମାଣ୍ଡାଣ୍ଟ୍‌ ଅନୁପ ଲାଲ୍‌ ଭଗତ୍‌ କୁମାରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥିର କଲେ। ତୁରନ୍ତ ବିଚାର କରାଯାଇ ବିଏସ୍‌ଏଫ୍‌ ଆଇନ୍‌ର ଧାରା ୪୦ ଅନୁସାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

ବିଏସ୍‌ଏଫ୍‌ର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ବଳମାନେ ଏଭଳି ଦଣ୍ଡ ବିଧାନକୁ ଟିକେ କଠୋର ଏବଂ ଅନାବଶ୍ୟକ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର