ନୂଆଦିଲ୍ଲୀ: ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ିରେ ସୀମା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ହେଉଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ସୀମା ସୁରକ୍ଷା ବଳ(ବିଏସ୍ଏଫ) ନୁଆ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅନ୍ତର୍ଗତ ଆଜିଠାରୁ ‘ଅପରେସନ୍ ସର୍ଦ୍ଦ ହଓ୍ଵା’ ଆରମ୍ଭ କରାଯିବ। ଚଳିତମାସ ୩୦ ତାରିଖ ଯାଏଁ ଏହି ଅପରେସନ କରାଯିବାକୁ ଥିବା ବେଳେ ଏଥିରେ ବିଏସ୍ଏଫକୁ ଉନ୍ନତ ମାନର ଉପକରଣ ପ୍ରଦାନ କରାଯିବ ସହ ଏନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ରାଜସ୍ଥାନର ଜୈସଲମେର ସୀମାରୁ ଆଜି ମଧ୍ୟ ରାତ୍ରରୁ ଏହି ଅପରେସନ୍ ଆରମ୍ଭ କରାଯିବ। ଏଥିରେ ସୀମରେ ନିୟୋଜିତ ସମସ୍ତ ସେନା,ବାଟାଲିୟନ୍ ଓ ଅଧିକାରୀ ମାନେ ମଧ୍ୟ ସାମିଲ ହେବେ। ଏହି ସମୟରେ ଅନ୍ତର୍ଜାତିକ ସୀମରେଖାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସୀମାନ୍ତ ପୋଷ୍ଟ ଗୁଡିକରେ ଯବାନ୍ଙ୍କ ସାଙ୍ଗରେ ପୁଲିସ୍କୁ ମଧ୍ୟ ସାମିଲ କରାଯିବ। ପ୍ରତିରକ୍ଷା ବିଭାଗ ପକ୍ଷରୁ ବିଏସ୍ଏଫକୁ ଯୋଗାଇ ଦିଆଯାଇଥିବା ନୂତନ ଅତ୍ୟାଧୁନିକ ଉପକରଣ ବାଟାଲିୟନ୍ ମୁଖ୍ୟ କାର୍ଯ୍ୟାଳୟକୁ ପଠାଇ ଦିଆଯାଇଛି। ଅପରେସନ୍ ସମୟରେ ଏହି ସବୁ ଅସ୍ତ୍ରଶସ୍ତ୍ର ବିଷୟରେ ସେନାକୁ ପ୍ରଶିକ୍ଷଣ ମଧ୍ୟ ଦେବାର କାର୍ଯ୍ୟକ୍ରମ ରହିଛି।
ସୀମାରେ ଅନୁପ୍ରବେଶକାରୀଙ୍କ ମୁକାବିଲା ପାଇଁ ବିଏସ୍ଏଫ୍ର ନୂଆ ଅଭିଯାନ
ଆରମ୍ଭ ହେଲା ଅପରେସନ୍‘ସର୍ଦ୍ଦ ହଓ୍ଵା’
/sambad/media/post_attachments/wp-content/uploads/2017/12/army-jawans-patrolling-loc_e3fcd45a-eacb-11e7-9ae3-224c4ca68244.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)