୫ଥର ଅସଫଳ ହେବା ପରେ ଆଇଏଏସ ପାଇଲେ ବିଏସଏଫ୍ ଅଧିକାରୀ

ନୂଆଦିଲ୍ଲୀ: ସଫଳତା ପାଇଁ ଅହରହ ଉଦ୍ୟମ କରୁଥିବା ବ୍ୟକ୍ତିର କେବେ ହାର ହୋଇ ନଥାଏ, ଆପଣ ଏହି ଉକ୍ତିଟି ହୁଏତ ଶୁଣିଥିବେ | କିନ୍ତୁ ଏହି ବାକ୍ୟର ବାସ୍ତବତା ଜଣେ ବିଏସଏଫ ଯବାନ ଏବେ କରି ଦେଖାଇଛନ୍ତି | ଏହି  ବିଏସଏଫ ଅଧିକାରୀ ଜଣକ ହେଉଛନ୍ତି ହରପ୍ରୀତ ସିଂ, ଯିଏ କି ୫ମ ଥର ପାଇଁ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ | କିନ୍ତୁ ଲଗାତାର ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ଅସଫଳ ପରେ ବି ନିଜର ଚେଷ୍ଟା ଛାଡ଼ିନଥିଲେ | ପଞ୍ଜାବର ଲୁଧିଆନାରେ ହରପ୍ରୀତ ରହୁଥିବାବେଳେ ଇଲେକ୍ଟ୍ରୋନିକ୍ସରେ ଇଂଜିନିୟରିଂ ସମ୍ପୂର୍ଣ୍ଣ କରିଛନ୍ତି |

Photo-Oneindia

ଦିନକୁ ଦିନକୁ ଅଧିକରୁ ଅଧିକ ପରିଶ୍ରମ କରି ଏଥର ସିଭିଲ ସର୍ଭିସ ପରୀକ୍ଷାରେ ବାଜିମାତ କରିଛନ୍ତି | ନିଜର ୫ମ ପ୍ରୟାସରେ ସେ ଶ୍ରେଷ୍ଠ ୨୦ ତମ ସ୍ଥାନ ହାସଲ କରିଛନ୍ତି | ହରପ୍ରୀତ ସିଂହ କୁହନ୍ତି ଯେ ୨୦୧୬ ମସିହାରେ ତାଙ୍କର ବିଏସଏଫରେ ଚୟନ ହୋଇଥିଲା | କିନ୍ତୁ ତା’ପର ବର୍ଷ ସେ ଚାକିରି ଛାଡି ଆଇଏଏସ ପାଇବାର ସ୍ୱପ୍ନ ଦେଖିଥିଲେ |

Photo-Oneindia

କଠିନ ପରିଶ୍ରମ ସାଙ୍ଗକୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ମନ ଲଗାଇଥିଲେ | ତେବେ ୫ ଥର ଅସଫଳ ହେବା ପରେ ବି ମନୋବଳକୁ ଦୁର୍ବଳ କରିନଥିଲେ ହରପ୍ରୀତ | ୨୦୧୬ରେ ଯେତେବେଳେ ସେ ବିଏସଏଫରେ ଯୋଗ ଦେଇଥିଲେ ତାଙ୍କୁ ଭାରତ-ବାଂଲାଦେଶ ସୀମାରେ ମୁତୟନ କରାଯାଇଥିଲା | ଚାକିରି କରିବା ସମୟରେ ବ୍ୟସ୍ତ ରହୁଥିଲେ ବି ପ୍ରତିଦିନ ସମୟ ବାହାର କରି ପାଠ ପଢୁଥିଲେ | ଏବେ ସେ ମହୀଶୂରରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀରେ ତାଲିମ ନେବେ |

ସମ୍ବନ୍ଧିତ ଖବର