ଗୁଜୁରାଟର କଚ୍ଚ୍‌ ନିକଟବର୍ତ୍ତୀ ଭାରତ-ପାକ୍‌ ସୀମାନ୍ତରୁ ୨ ପାକିସ୍ତାନୀ ଯନ୍ତ୍ରଚାଳିତ ଡଙ୍ଗାକୁ ଜବତ କଲା ବିଏସ୍‌ଏଫ୍‌

ଅହମ୍ମଦାବାଦ: ଗୁଜୁରାଟର କଚ୍ଚ୍‌ ନିକଟବର୍ତ୍ତୀ ଭାରତ- ପାକ୍‌ ସୀମାନ୍ତ ହରମୀ ନଳା ଅଞ୍ଚଳରୁ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନ୍‌ମାନେ ପାକିସ୍ତାନର ଦୁଇଟି ଯନ୍ତ୍ର ଚାଳିତ ଡଙ୍ଗାକୁ ଜବତ କରିଛନ୍ତି। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳକୁ ବିଏସ୍‌ଏଫ୍‌ ପକ୍ଷରୁ ସିଲ୍‌ କରି ଦିଆଯିବା ସହ ସଂପୃକ୍ତ ଅଞ୍ଚଳରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି। ଏହି ଡଙ୍ଗାରେ କିଛି ପାକିସ୍ତାନୀ ଆତଙ୍କବାଦୀ ଆସି ଦେଶ ମଧ୍ୟକୁ ପ୍ରବେଶ କରିଥିବା ସନ୍ଦେହ କରୁଛି ବିଏସ୍‌ଏଫ୍‌।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, କଚ୍ଚ୍‌ ନିକଟବର୍ତ୍ତୀ ଭାରତ- ପାକ୍‌ ସୀମାନ୍ତରେ ବିଏସ୍‌ଏଫ୍‌ ଯବାନମାନେ ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ହରମୀ ନଳା ନିକଟରୁ ଦୁଇଟି ଯନ୍ତ୍ର ଚାଳିତ ଡଙ୍ଗାକୁ ପରିତ୍ୟକ୍ତ ଅବସ୍ଥାରେ ପାଇଥିଲେ। ପ୍ରାଥମିକ ତଦନ୍ତ ପରେ ପରିତ୍ୟକ୍ତ ଡଙ୍ଗା ଦୁଇଟି ପାକିସ୍ତାନର ଥିବା ଜଣା ପଡ଼ିଥିଲା। ଏହି ଡଙ୍ଗାରେ କିଛି ପାକିସ୍ତାନୀ ଆତଙ୍କବାଦୀ ଆସି ଦେଶ ମଧ୍ୟକୁ ପ୍ରବେଶ କରିଥିବା ସନ୍ଦେହ କରୁଛି ବିଏସ୍‌ଏଫ୍‌। ସେଥିପାଇଁ ସଂପୃକ୍ତ ଅଞ୍ଚଳରେ ବିଏସ୍‌ଏଫ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର