ଅମୃତସର: ପାକିସ୍ତାନ ପାର୍ଶ୍ୱରୁ ପଞ୍ଜାବର ଅମୃତସରକୁ ହେରୋଇନ୍‌ ନେଇ ଆସୁଥିବା ଏକ ଡ୍ରୋନ୍‌କୁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ଯବାନମାନେ ସୀମାନ୍ତ ଅଞ୍ଚଳରେ ଗୁଳି କରି ଖସାଇ ଦେଇଛନ୍ତି ବୋଲି ସୋମବାର ଦିନ ଅର୍ଦ୍ଧସାମରିକ ବାହିନୀ ବିଏସ୍‌ଏଫର ଜନୈକ ପ୍ରବକ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ବିଏସଏଫ ପ୍ରବକ୍ତା କହଛନ୍ତି ଯେ ପାକିସ୍ତାନୀ ଡ୍ରୋନରୁ ୧୦.୬୭ କିଲୋଗ୍ରାମ ଓଜନର ନଅ ପ୍ୟାକେଟ୍‌ ହେରୋଇନ୍‌ ଉଦ୍ଧାର କିାଯାଇଛି। ବିଏସ୍‌ଏଫ୍‌ର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ସୀମା ପାରରୁ ଦେଶ ମଧ୍ୟକୁ ହେଉଥିବା ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଛି।

ବିଏସଏଫ ପଞ୍ଜାବ ସୀମାନ୍ତ ସୈନ୍ୟମାନେ ପାକ୍‌ ଡ୍ରୋନ୍‌ ମାଧ୍ୟମରେ ଆଉ ଏକ ଚୋରା ଚାଲାଣ ଉଦ୍ୟମକୁ ମଧ୍ୟ ପଣ୍ଡ କରିଦେଇଛନ୍ତି। ସଜାଗ ବିଏସଏଫ ସୈନ୍ୟମାନେ ପାକ୍‌ରୁ ଆସୁଥିବା ଡ୍ରୋନ୍‌ ଉପରକୁ ଗୁଳି ଚଳାଇ ଏହାକୁ ତଳକୁ ଖସାଇ ଦେଇଛନ୍ତି। ଏକ ବ୍ୟାଗରେ ହେରୋଇନ୍‌ ବୋଲି ସନ୍ଦେହ କରାଯାଉଥିବା କିଛି ପ୍ୟାକେଟ୍‌ ମଧ୍ୟ ଡ୍ରୋନ୍‌ରୁ ଉଦ୍ଧାର କରାଯାଇଛି ବୋଲି ବିଏସ୍‌ଏଫ୍‌ ପଞ୍ଜାବ ଫ୍ରଣ୍ଟିଅର୍‌ ଏକ ଟ୍‌ୱିଟ୍‌ ରେ କହିଛି।

ଉଲ୍ଲେଖଯୋଗ୍ୟ, ଗତ ମାସରେ ବିଏସଏଫ ପଞ୍ଜାବର ଅମୃତସର ସେକ୍ଟରରେ ପାକିସ୍ତାନରୁ ଆସୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲା।